Advertisment

ଫେକ୍ ସାର୍ଟିଫିକେଟ ରାକେଟରେ ୟୁପି ବୋର୍ଡ କର୍ମଚାରୀଙ୍କ ଲିଙ୍କ୍, କ୍ରାଇମ୍‌ବ୍ରାଞ୍ଚ ଦେଲା ସୂଚନା

ଓଡ଼ିଶାର ଦଲାଲମାନଙ୍କ ସହ ସେଠାକାର ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ରହିଥିବା ଏହି ସମୟରେ ଜାଣିବାକୁ ପାଇଥିଲା।

ଅଦ୍ୟତନ ହୋଇଛି
Odisha Crime Branch

Odisha Crime Branch

Advertisment

ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଫେକ୍ ସାର୍ଟିଫିକେଟ ରାକେଟ କାୟାବିସ୍ତାର କରିବା ଓ ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ଘଟଣା ଭିନ୍ନ ମୋଡ଼ ନେଇଛି। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା ବେଳେ ସାଂଘାତିକ ତଥ୍ୟ ପାଇଥିବା ସୂଚନା ଦେଇଛି। ଫେକ୍ ସାର୍ଟିଫିକେଟ ରାକେଟରେ ୟୁପି ବୋର୍ଡ କର୍ମଚାରୀଙ୍କ ହାତ ରହିଥିବା ସୁରାକ ପାଇଛି।

Advertisment

ସୂଚନା ମୁତାବକ, ଫେକ୍ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା। ଓଡ଼ିଶାର ଦଲାଲମାନଙ୍କ ସହ ସେଠାକାର ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ରହିଥିବା ଏହି ସମୟରେ ଜାଣିବାକୁ ପାଇଥିଲା। ଉଭୟଙ୍କ ସଲାସୁତୁରାରେ ଫେକ୍ ସାର୍ଟିଫିକେଟ ରାକେଟ ଚାଲିଥିଲା। ଓଡ଼ିଶାରୁ ଯାଉଥିବା ଫାଙ୍କା ସାର୍ଟିଫିକେଟରେ ମାର୍କ ଚଢ଼ାଉଥିଲେ ସେଠାକାର ଦଲାଲ। ଅଧିକ ତଦନ୍ତ ଓ ସଂପୃକ୍ତ କର୍ମଚାରୀଙ୍କୁ ଠାବ ପାଇଁ ପୁଣି କ୍ରାଇମବ୍ରାଞ୍ଚ ୟୁପି ଯିବ ବୋଲି ସୂଚନା ଦେଇଛି।

ଫେକ୍ ସାର୍ଟିଫିକେଟ କାରବାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍। ତେବେ ଦିଲ୍ଲୀ ଓ ପଞ୍ଚାବରେ ଚଢ଼ଉ ବେଳେ କ’ଣ ମିଳିଛି ତାହା ସ୍ପଷ୍ଟ କରାଯାଇନି।

Advertisment

ସୂଚନା ଥାଉକି, ପୋଷ୍ଟାଲ ବିଭାଗ ଓ ଶିକ୍ଷା ବିଭାଗରେ ବହୁ ସଂଖ୍ୟକ ବ୍ୟକ୍ତି ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ନେଇ ଗୁମର ଖୋଲିବାରେ ଲାଗିଛି। ସେପଟେ ବଲାଙ୍ଗୀରରେ କାୟାବିସ୍ତାର କରିଥିବା ଫେକ୍ ସାର୍ଟିଫିକେଟ ରାକେର୍ଟ ମଧ୍ୟ ପୁଲିସ ହାତରେ ଧରାପଡ଼ିଛି। ଏହି ମାମଲାରେ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ବାହାରିବା ଓ ପୁଲିସ ଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଛଡ଼ାଇନେବା ଅଲୋଚନାକୁ ବଢ଼ାଇଥିଲା। ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଏହି ମାମଲାରେ କୌଣସି ଠୋସ୍ ପଦକ୍ଷେପ ନେଇପାରିନି।

ଏହି ମାମଲାର ଖୋଳତାଡ଼ କରିବା ପାଇଁ ଗତ ଏପ୍ରିଲ ୧ ତାରିଖରେ ବଲାଙ୍ଗୀର ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ। ୧୫ ଦିନ ଧରି ବଲାଙ୍ଗୀରରେ ଡେରା ପକାଇଥିଲା। ହେଲେ ଚଳିତ ମାସ ୧୫ ତାରିଖ ରାତିରେ ଏହି କ୍ରାଇମବ୍ରାଞ୍ଚ ଟିମ୍ ବଲାଙ୍ଗୀର ଛାଡ଼ିଥିଲା।

Fake Item Racket Fake Teacher Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe