Advertisment

କ୍ରାଇମବ୍ରାଞ୍ଚ କବଜାରେ ଚିଟଫଣ୍ଡ ଠକ

ଅଧିକ ସୁଧର ଦେବାର ପ୍ରତିଶ୍ରୁତ ଦେଇ ବହୁ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଅଭିଯୁକ୍ତକୁ ଧରିଛି କ୍ରାଇମବ୍ରାଞ୍ଚ।

author-image
Niranjan Mishra
ଅଦ୍ୟତନ ହୋଇଛି
Two accused- Rustam Khan and Md. Hakim

Two accused- Rustam Khan and Md. Hakim

କ୍ରାଇମବ୍ରାଞ୍ଚ(ଇଓଡବ୍ଲୁ) କବଜାରେ ଚିଟଫଣ୍ଡ ଠକ। ଅନଲାଇନ ଚିଟଫଣ୍ଡ ଆପ୍‌ ଜରିଆରେ ଅଧିକ ସୁଧର ଦେବାର ପ୍ରତିଶ୍ରୁତ ଦେଇ ବହୁ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଅଭିଯୁକ୍ତକୁ ଧରିଛି କ୍ରାଇମବ୍ରାଞ୍ଚ। ପଶ୍ଚିମବଂଗରୁ ସେମାନଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ରୁସ୍ତମ ଖାନ ଓ ମହମଦ ହାକିମ। ଉଭୟଙ୍କ ଘର ପଶ୍ଚିମବଂଗରେ।

Advertisment

ଏହି ବିରାଟ ରାକେଟର କାରବାର ୧୫୦ ଆକାଉଣ୍ଟ ସହ ଥି‍ବା ଜଣାପଡ଼ିଛି। ତେବେ ୧୭ଟି ଆକାଉଣ୍ଟରୁ ୧୦୮ କୋଟି ଟଙ୍କା ଠାବ ହୋଇଛି। ଅନ୍‌ଲାଇନ୍ ଆପ୍ ଚୀନ୍ କଂପାନୀ ରେଜିଷ୍ଟ୍ରେସନରେ ଖୋଲି ଠକେଇ କରାଯାଉଥିଲା। ଦୁବାଇରୁ ଏହି ରାକେଟ ଅପରେଟ କରୁଛି। ଗଞ୍ଜାମର ୮୦୦ରୁ ଅଧିକ ଲୋକଙ୍କୁ ଏହି କମ୍ପାନୀ ଠକିଥିବା ଜଣାପଡିଛି। ସେମାନଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଏହି ଠକେଇର ତଦନ୍ତ କରୁଛି। ଗିରଫ ପରେ ଉଭୟଙ୍କୁ ୫ ଦିନିଆ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଉଛି। ଉଭୟଙ୍କୁ ବ୍ରହ୍ମପୁରର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।

ଅଭିଯୋଗକାରୀଙ୍କ ମୁତାବକ ପ୍ରଥମେ ଏହି ଠକମାନେ ଅନ୍‌ଲାଇନ୍ ଆପ୍ ଜରିଆରେ ସ୍ଥାନୀୟ ଲୋକଙ୍କ ଠାରୁ ଟଙ୍କା ଜମା ନେଇ ଅଧିକ ସୁଧ ଦେଇଥିଲେ। ବିଶ୍ୱାସ ଜନ୍ମାଇବା ପରେ ଜମାକାରୀଙ୍କ ସଂଖ୍ୟା ବଢ଼ିବାରୁ ହଠାତ୍ ଜମାକାରୀଙ୍କ ଟଙ୍କା ସହ ଉଭାନ ହୋଇଯାଇଥିଲେ। ଟଙ୍କା ବୁଢ଼ି ଯିବା ପରେ ଲୋକେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ।

Advertisment
Crime