Advertisment

ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଦୂର କରିବେ ରାଜ୍ୟ ସରକାର, କ୍ୟାବିନେଟ ବୈଠକରେ ୭ ପ୍ରସ୍ତାବକୁ ମଂଜୁରୀ

ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଦୂର ପାଇଁ ରାଜ୍ୟରେ ନୂଆ କରି ପ୍ରତିଷ୍ଠା ହେବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ।

cabinet meeting

cabinet meeting

Advertisment

ସିଧା ନହେଲେ ବି ବଙ୍କାରେ ସତ ମାନିଛନ୍ତି ରାଜ୍ୟ ସରକାର। ଓଡ଼ିଆ ଦାଦନ ଖଟିବାକୁ ଯାଇ କଷ୍ଟ ଭୋଗୁଛନ୍ତି। ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଦୂର ପାଇଁ ରାଜ୍ୟରେ ନୂଆ କରି ପ୍ରତିଷ୍ଠା ହେବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ। ଆଜି ଡିଜିଟାଲ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସହ ମୋଟ ୭ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଡିଜିଟାଲ କ୍ୟାବିନେଟ୍ ବୈଠକ ବସିଥିଲା। ଜାପାନର କିଓଟାରୁ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଗୋଟିଏ ପଟେ ପ୍ରବାସୀ ଓଡ଼ିଆମାନେ କଷ୍ଟରେ ଥିବା ପ୍ରମାଣିତ କରିଥିବା ବେଳେ, ଅନ୍ୟପଟେ ରାଜନୀତିର ନିଆଁକୁ ତେଜିଛି।

Advertisment

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଓଏଲ୍‌ଏଲ୍‌ସି ଅଧିନରେ ରାଜ୍ୟରେ ପ୍ରତିଷ୍ଠା ହେବ 'ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’। ଏହାଦ୍ୱାରା ସାରା ବିଶ୍ୱରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ଓଡ଼ିଶାର ଅବିବୃଦ୍ଧିରେ ପ୍ରବାସୀ ଓଡ଼ିଆଙ୍କ ଭାଗିଦାରୀ ବଢ଼ିବ। ପ୍ରବାସୀ ଓଡ଼ିଆଙ୍କର ବିଭିନ୍ନ ସମସ୍ୟାର ସମାଧାନ ଲାଗି ସିଙ୍ଗଲ ପଏଣ୍ଟ କଣ୍ଟାକ୍ଟ ବ୍ୟବସ୍ଥା ରହିବ। ଦେଶ ତଥା ଦେଶ ବାହାରେ ରହୁଥିବା ବିଭିନ୍ନ ଓଡ଼ିଆ ସଂଗଠନ ତାଲିକାଭୁକ୍ତ ହେବା ସହ ପ୍ରବାସୀ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରାଯିବ।

ସେହିଭଳି ୧୦ ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ଦେବା ସହିତ କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର ଓ କଟକରେ ପାଇପ ଜଳ ପ୍ରକଳ୍ପରେ ଏଫ୍‌ପିଓ ସହାୟତା ପାଇଁ ପାଣ୍ଠି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ଆଜିର ବୈଠକରେ OSWANରେ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ସେପଟେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପ୍ରତିଷ୍ଠା ପ୍ରସ୍ତାବ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ବିଜେପି ଏହାକୁ ଧୂଆଁବାଣ କହିଥିବା ବେଳେ କଂଗ୍ରେସ କହିଛି ବିଜେଡିର ମୋ ପରିବାର ସଂଗଠନକୁ ସରକାରୀକରଣ କରିବାକୁ ସରକାରଙ୍କ ଇଏ ଏକ ଚାଲ।

Odisha Cabinate Meeting Naveen Patnaik Cabinet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe