Advertisment

ସନ୍ଧ୍ୟାରେ ଫେରିବେ ରାଜ୍ୟପାଳ: ବଢ଼ିଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା

ରାଜ୍ୟପାଳ ଆଜି ଓଡ଼ିଶା ଫେରୁଥିବାରୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ଲାଗି ରହିଥିବା ଚର୍ଚ୍ଚା ପୁଣି ଥରେ ଜୋର ଧରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Governor Ganeshi Lal

Governor Ganeshi Lal

ମନ୍ତ୍ରିମଣ୍ଡଳ ଅଦଳ ବଦଳକୁ ନେଇ ଲାଗିରହିଥିବା ଚର୍ଚ୍ଚା ଭିତରେ ଆଜି ଓଡ଼ିଶା ଫେରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଜି ସନ୍ଧ୍ୟାରେ ରାଜ୍ୟପାଳ ଭୁବନେଶ୍ୱରରେ ପହଞ୍ଚିବେ। ଆସନ୍ତାକାଲି ସେ ପୁରୀରେ ବନ୍ଦେ ଭାରତ ଟ୍ରେନ ଚଳାଚଳର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହାପରେ ସେ ପୁଣି ହରିୟାଣା ଯିବେ ଏବଂ ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିବେ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ତେବେ ରାଜ୍ୟପାଳ ଆଜି ଆସୁଥିବାରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଲାଗିରହିଥିବା ଚର୍ଚ୍ଚା ପୁଣି ଥରେ ଜୋର ଧରିଛି। ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ଏହାପରେ ମନ୍ତ୍ରିମଣ୍ଡଳ ଅଦବଦଳ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଆଜି ରାଜ୍ୟପାଳ ସନ୍ଧ୍ୟରେ ଓଡ଼ିଶା ଫେରିବା ନେଇ ସୂଚନା ମିଳିବା ପରେ ଏହି ଚର୍ଚ୍ଚାକୁ ଆହୁରି ଗୋରାଖ ଯୋଗେଇଛି।

ଏହା ସହ ଦୁବାଇ ଗସ୍ତରେ ଯାଇଥିବା ବିଜେଡିର କିଛି ବରିଷ୍ଠ ବିଧାୟକ ଓ ଅଧିକାରୀ ଆଜି ଭୁବନେଶ୍ୱର ଫେରୁଛନ୍ତି। ଆଶା କରାଯାଉଛି ମନ୍ତ୍ରିମଣ୍ଡଳ ଅଦବଦଳ ନେଇ ଲାଗିଥିବା ଚର୍ଚ୍ଚା ଉପରେ ଆସନ୍ତାକାଲି ମୋହର ଲାଗିପାରେ। ହେଲେ ଏନେଇ କୌଣସି ସ୍ପଷ୍ଟତା ମିଳି ନାହିଁ।

Advertisment
Odisha Bhubaneswar Governor Prof Ganeshi Lal