Advertisment

ଆଜିଠାରୁ ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ

ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ଯାଏ ୬୧ ଦିନ ପାଇଁ ଓଡ଼ିଶା ଉପକୂଳ ସମେତ ଦେଶର ପୂର୍ବତଟ ରାଜ୍ୟ ଗୁଡିକରେ ଲାଗୁ ହୋଇଛି ଏହି କଟକଣା।

ଅଦ୍ୟତନ ହୋଇଛି
undefined

Boat

Advertisment

ଆଜିଠାରୁ ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ । ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ଯାଏ ୬୧ ଦିନ ପାଇଁ ଓଡ଼ିଶା ଉପକୂଳ ସମେତ ଦେଶର ପୂର୍ବତଟ ରାଜ୍ୟ ଗୁଡିକରେ ଲାଗୁ ହୋଇଛି ଏହି କଟକଣା।

Advertisment

ମତ୍ସ୍ୟ ପ୍ରଜନନ, ମତ୍ସ୍ୟ ସଂରକ୍ଷଣ ଏବଂ ସାମୁଦ୍ରିକ ନିରାପତ୍ତା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଛନ୍ତି ନିଷେଧାଦେଶ। ଅଣଯନ୍ତ୍ରଚାଳିତ ପାରମ୍ପରିକ ଡଙ୍ଗାକୁ କେନ୍ଦ୍ର ସରକାର ମାଛ ଧରିବା ପାଇଁ ଅନୁମତି ଦେଇଥିବା ବେଳେ ଓଡ଼ିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି ଦେଇଛନ୍ତି। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଟ୍ରଲର ମାଲିକ ଓ କର୍ମଚାରୀ ଆପତ୍ତି ଉଠାଇଛନ୍ତି। ଏହି ଡଙ୍ଗା ସମୁଦ୍ରରେ ମାଛ ଧରିଲେ କ’ଣ ମତ୍ସ୍ୟ ପ୍ରଜନନ, ମତ୍ସ୍ୟ ସଂରକ୍ଷଣରେ କ୍ଷତି ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ସାମୁଦ୍ରିକ ମତ୍ସ୍ୟଜୀବୀ ପୁରନ୍ଦର ବିଶ୍ୱାଳ କହିଛନ୍ତି, ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ଆମେ ତାଙ୍କର ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ଦୁଇ ମାସ ମଧ୍ୟରେ ମାଛଙ୍କ ବଂଶ ବୃଦ୍ଧି ହେବା ପରେ ପରବର୍ତ୍ତୀ ଅବସ୍ଥାରେ ତାକୁ ଧରି ବଜାରରେ ବିକ୍ରି କରିପାରିବୁ। ହେଲେ ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ସମୁଦ୍ରରେ ମାଛ ଧରିବା ପାଇଁ ଅନୁମତି ଦେଇଛନ୍ତି। ଏହାଦ୍ୱାରା ମାଛ ମାନଙ୍କର ବଂଶ ବୃଦ୍ଧି ହେବ ନାହିଁ ବରଂ କ୍ଷତି ହେବ। ସରକାର ଯଦି ସମସ୍ତ ଡଙ୍ଗା ଉପରେ ନିଷେଧାଦେଶ ଜାରି କରନ୍ତେ ତାହାହେଲେ ମତ୍ସ୍ୟ ପ୍ରଜନନ ଓ ମତ୍ସ୍ୟ ସଂରକ୍ଷଣ ଠିକ୍‌ ଭାବରେ ହୋଇପାରନ୍ତା।

Advertisment
Bhubaneswar Fish
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe