Advertisment

ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ, ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ସମ୍ବଲପୁର, ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି।

Heat wave

Heat wave

Advertisment

ଗରମ ଗୁଳୁଗୁଳିରେ ଆଜି ବି ଛଟପଟ ହେଲେ ଓଡ଼ିଶାବାସୀ । ଆଜି ବି ୨୨ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସମ୍ବଲପୁର, ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ତେବେ କ୍ରମାଗତ ୪ ଦିନ ତୁଳନାରେ ଆଜି ଗତକାଲି ଠାରୁ ୧ ଡିଗ୍ରୀ ତଳକୁ ଖସିଥିଲା ପାରଦ। 

Advertisment

ଆଜି ଝାରସୁଗୁଡ଼ାରେ ସବୁଠାରୁ ଅଧିକ ତାତି ଅନୁଭୂତ ହୋଇଛି। ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ସେହିପରି ବୌଦ୍ଧରେ ୪୨.୫, ସମ୍ବଲପୁରରେ ୪୨.୪, ତାଳଚେରରେ ୪୨.୨ ଡିଗ୍ରୀ, ସୁନ୍ଦରଗଡ଼ ସମେତ ଟିଟିଲାଗଡ଼ ଓ ମାଲକାନଗିରିରେ ୪୧.୫ ଡିଗ୍ରୀ, ବଲାଙ୍ଗିରରେ ୪୧.୨, ଅନୁଗୁଳ ୪୧.୧, ରାଉରକେଲା ୪୧ ଡିଗ୍ରୀ, ରାଜଧାନୀ ଭୁବନେଶ୍ୱର ଓ କଟକର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି।

ଆସନ୍ତାକାଲି ଠାରୁ ସାଧାରଣ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ହ୍ରାସ ଦେଖିବାକୁ ମିଳିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଆସନ୍ତା ୧୮, ୧୯ ଓ ୨୦ ତାରିଖରେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ ଆଦି ଜିଲ୍ଲାରେ ୧୭ରେ ବର୍ଷା ସମ୍ଭାବନା ରହିଛି ।

Advertisment

ତେଣେ ଛୁଟି ପରେ ଆସନ୍ତାକାଲିଠୁ ରାଜ୍ୟରେ ସକାଳୁଆ ସ୍କୁଲ ହେବ। ହେଲେ ଖରାକୁ ଦେଖି ସମ୍ବଲପୁର ଜିଲ୍ଲାରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସୋମବାର ଓ ମଙ୍ଗଳବାର ସମ୍ବଲପୁର ଜିଲ୍ଲାର ସବୁ ସବୁ ସ୍କୁଲ ବନ୍ଦ ରହିବ।

ସେହିପରି କାଲି ଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢା ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ଏବଂ ଆବଶ୍ୟକ ପଡିଲେ ଛୁଟି ଘୋଷଣା କରିପାରିବେ ବୋଲି ସରକାର ଘୋଷଣା କରିଛନ୍ତି। ଅଙ୍ଗନବାଡି କେନ୍ଦ୍ର ଗୁଡିକ ଖୋଲା ରହିବା ସମୟରେ ଏଠାରେ ପାନୀୟଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe