ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ପଠାଇନି ଓଡ଼ିଶା: କେନ୍ଦ୍ର

ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରେ ଟ୍ରେନ୍ ଚଳପ୍ରଚଳ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି ବୋଲି କେନ୍ଦ୍ର ଗୃହନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ କୌଶଲ କିଶୋର କହିଛନ୍ତି ।

metro train PhotoOR

representational image

Ordigital Desk
  • Published: Tuesday, 28 March 2023
  • Updated: 28 March 2023, 10:17 PM IST

Sports

Latest News

ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରେ ଟ୍ରେନ୍ ଚଳପ୍ରଚଳ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି ବୋଲି କେନ୍ଦ୍ର ଗୃହନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ କୌଶଲ କିଶୋର କହିଛନ୍ତି । ତେବେ ଏହା ପୂର୍ବରୁ ୨୦୨୧ ମାର୍ଚ୍ଚ ମାସରେ ବିଧାନସଭାରେ ରାଜ୍ୟ ସରକାର ଏହି ଦୁଇ ସହର ମଧ୍ୟରେ ୨୦୪୧ ମସିହା ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ କରିବା ସମ୍ଭବପର ନୁହେଁ ବୋଲି ସ୍ପଷ୍ଟ କରିଥିଲେ ।

ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ମେଟ୍ରୋ ଟ୍ରେନ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଚାହାଁନ୍ତି କି ବୋଲି ପଚାରିଥିବାର ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କିଶୋର ଲିଖିତ ଉତ୍ତରରେ କହିଛନ୍ତି ଯେ, ମେଟ୍ରୋ ରେଳ ନୀତି-୨୦୧୭ ଅନୁସାରେ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ପ୍ରସ୍ତାବ  ରାଜ୍ୟ ସରକାର ଅବା କେନ୍ଦ୍ରଶାସିତ ପ୍ରଦେଶର ସରକାରଙ୍କୁ ଦେବାକୁ ପଡ଼ିଥାଏ । କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁଧ୍ୟାନ କରି ସହର ଓ ସହରୀ ସମୂହରେ ବ୍ୟବହାରିତା ଓ ସମ୍ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବକୁ ଅନୁମୋଦନ କରିଥାନ୍ତି । କିନ୍ତୁ ଭୁବନେଶ୍ୱର-କଟକ ସହର ଭିତରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ କୌଣସି ପ୍ରସ୍ତାବ ଓଡ଼ିଶା ସରକାରଙ୍କଠୁ ମିଳିନି ବୋଲି ମନ୍ତ୍ରୀ ଶ୍ରୀ କିଶୋର କହିଛନ୍ତି ।

Also Read

ଅନ୍ୟପକ୍ଷରେ ୨୦୨୧ ମାର୍ଚ୍ଚ ମାସରେ ବିଧାନସଭାରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ତତକାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ୨୦୪୧ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ କରିବା ସମ୍ଭବପର ନୁହେଁ । ଏହାସହିତ ସେ ଏଭଳି ଯୋଜନା ରାଜ୍ୟ ସରକାରଙ୍କ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ସେ କହିଥିଲେ ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏନେଇ ଯୌଥ ସର୍ଭେ ହୋଇଥିଲା । ସର୍ଭେ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଥିଲା ଓ ୫ଟି କମ୍ପାନୀ ଏଥିରେ ଭାଗ ନେଇଥିଲେ ତଥା ବାଲାଜୀ ରେଲରୋଡ୍ ସିଷ୍ଟମସ୍ ପ୍ରାଃ ଲିମିଟେଡକୁ ଏହି ସର୍ଭେ ଦାୟିତ୍ୱ ଦିଆଯାଇଥିଲା । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨.୬୧ଲକ୍ଷ ଟଙ୍କା ଓ ରାଜ୍ୟ ସରକାର ୫୨ଲକ୍ଷ ଟଙ୍କା ଉକ୍ତ ସର୍ଭେ କମ୍ପାନୀକୁ ମଧ୍ୟ ଦେଇଥିଲେ ବୋଲି ସେତେବେଳେ ନଗର ଉନ୍ନୟନ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos