Advertisment

‘ଜୟ ନାରାୟଣଙ୍କ ମନ୍ତବ୍ୟ ଖୁବ୍‌ ବାଧୁଛି, ତୁରନ୍ତ ପ୍ରତ୍ୟାହାର କର’

ଜୟନାରାୟଣଙ୍କ ଏପରି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ଓଡ଼ିଶା ପୁଲିସ ଏବଂ ଓଡ଼ିଶା ହାବିଲଦାର, କନେଷ୍ଟବଳ ଏବଂ ସିପାହୀ ମହାସଂଘ। ଏଥିଯୋଗୁ ରାଜ୍ୟରେ କାର୍ଯ୍ୟରତ ୯୦ ହଜାର ପୁଲିସ କର୍ମୀ ମାନସିକ ଭାବେ ଆଘାତପ୍ରାପ୍ତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Meeting

Meeting

Advertisment

ଓଡିଶା ପୁଲିସ ଉପରେ ଭରସା ନାହିଁ, ତେଣୁ ପିଏସ୍‌ଓ ଫେରାଇ ଦେଉଛି କହି ବିବାଦ ଘେରକୁ ଟାଣି ହୋଇ ଯାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ତାଙ୍କୁ ଟାର୍ଗେଟ କରିଛି ଓଡ଼ିଶା ହାବିଲଦାର, କନେଷ୍ଟବଳ ଏବଂ ସିପାହୀ ମହାସଂଘ। ।

Advertisment

ପିଏସ୍‌ଓଙ୍କ ଉପସ୍ଥିତିରେ ଖୁଲମଖୁଲା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଆଉ ଓଡ଼ିଶା ପୁଲିସ୍‌ ଉପରେ ଭରସା ନ ଥିବା କହିଛନ୍ତି ଜୟନାରାୟଣ ମିଶ୍ର। ଏ କେବଳ ସେତିକି ନୁହେଁ ସରକାରଙ୍କ ପାଖରେ ଥିବା ସବୁ ପୁଲିସ  ଏବେ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ। ତେଣୁ ଓଡ଼ିଶା ପୁଲିସ ଉପରେ ମୋର ଆଉ ଆସ୍ଥା ଓ ଭରସା ନାହିଁ ବୋଲି ମଧ୍ୟ ସେ ନିଜ ମନ୍ତବ୍ୟରେ କହିଥିଲେ। ଜୟ ନାରାୟଣ ମିଶ୍ରଙ୍କ ଏପରି ମନ୍ତବ୍ୟକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି।

  ଜୟନାରାୟଣଙ୍କ ଏପରି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ଓଡ଼ିଶା ପୁଲିସ ଏବଂ ଓଡ଼ିଶା ହାବିଲଦାର, କନେଷ୍ଟବଳ ଏବଂ ସିପାହୀ ମହାସଂଘ। ଏପରି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି ମହାସଂଘ କହିଛି। ଏପରିକି ଜୟ ନାରାୟଣ ମିଶ୍ରଙ୍କ ଏପରି ମନ୍ତବ୍ୟ ଯୋଗୁ ରାଜ୍ୟରେ କାର୍ଯ୍ୟରତ ୯୦ ହଜାର ପୁଲିସ କର୍ମୀ ମାନସିକ ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ତେଣୁ ସେ ନିଜ ମନ୍ତବ୍ୟ ଫେରାଇ ନେବାକୁ ସଂଘ ଦାବି କରିଛି।

Advertisment

ଏନେଇ ଓଡ଼ିଶା ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ସାଧାରଣ ସମ୍ପାଦକ ପଞ୍ଚାନନ ବେହେରା କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ ସମ୍ପୃକ୍ତି ଆମକୁ ଗଭୀର ଧକ୍କା ଦେଇଛି। ଆମେ ଏହାର ତୀବ୍ର ନିନ୍ଦା କରୁଛୁ।  ହେଲେ ଓଡ଼ିଶାରେ ଥିବା ସମସ୍ତ ପୁଲିସ୍‌ କର୍ମୀ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିବା ବେଳେ ଆମେ ଏହାକୁ ତୀବ୍ର ନିନ୍ଦା କରୁଛୁ। 

ଏହା ଓଡ଼ିଶାରେ ଥିବା ସମସ୍ତ ପୁଲିସ୍‌ କର୍ମୀଙ୍କୁ ମାନସିକ ଭାବେ ଆଘାତ ଦେଇଛି।  ସେମାନେ ସଠିକ ଭାବେ କାମ କରି ପାରୁ ନାହାନ୍ତି। ପୁଲିସ୍‌ ବହୁ ସମୟରେ ଜନତାଙ୍କ ଧନଜୀବନ ସୁରକ୍ଷା ପାଇଁ ଆତ୍ମବଳି ଦେଇଛି।  ତେଣୁ ପୁଲିସ୍‌ ବିଭାଗକୁ କୁଚିତ୍ରଣ କରିବା ତଥା ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ମନ୍ତବ୍ୟ ଦେବାରୁ ବିରୋଧୀ ଦଳ ନେତା କ୍ଷାନ୍ତ ରୁହନ୍ତୁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ମନ୍ତବ୍ୟ ହୋଇଥିବାରୁ ବିରୋଧୀ ଦଳ ନେତା ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି।   

ସୂଚନାଯୋଗ୍ୟ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ପୂର୍ବତନ ଏଏସ୍‌ଆଇ ଗୋପାଳ ଦାସ ହତ୍ୟା କରିବା ପରେ ନିଜର ପିଏସଓ ଫେରାଇ ଦେଇଛନ୍ତି ଜୟ ନାରାୟଣ। ଏନେଇ ନିଜ ପ୍ରତିକ୍ରିୟାରେ ଜୟ ନାରାୟଣ କହିଛନ୍ତି, ଓଡ଼ିଶା ପୁଲିସ ଉପରେ ମୋର ଭରସା ନାହିଁ। ତେଣୁ ମୁଁ ସରକାର ଦେଇଥିବା ପିଏସଓ ଫେରାଇ ଦେଇଛି। ମୁଁ କୌଣସି ସୁରକ୍ଷା ଓଡ଼ିଶା ପୁଲିସଠାରୁ ନେବି ନାହିଁ। 

Odisha Police State Bjp Jayanarayan Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe