Advertisment

ଓଡ଼ିଶାର ସିମ୍‌ ପାକିସ୍ତାନ ଆଇଏସ୍‌ଆଇ ବ୍ୟବହାର କରୁଛି, ଆଉଜଣେ ଆସାମୀ ଗିରଫ

ଏହି ସବୁ ପ୍ରି ଆକଟିଭେଟଡ୍ ସିମ୍ ଏବଂ ୱାଲେଟ ଭିତରୁ କିଛି ସିମ୍ ପାକିସ୍ତାନ କରାଚି ଏବଂ ବାଲୁଚିସ୍ତାନରୁ ବ୍ୟବହାର ହେଉଥିବା ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ବ୍ୟବହାର କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।

ଅଦ୍ୟତନ ହୋଇଛି
accused arrested

accused arrested

Advertisment

ପାକିସ୍ତାନ ଇଣ୍ଟେଲିଜେନସ୍ ଅପରେଟିଭ ଏବଂ ସାଇବର କ୍ରିମିନାଲଙ୍କୁ ସିମ୍ ଏବଂ ୱାଲେଟ ବିକ୍ରି କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ କବଜାରେ ଆଉ ଜଣେ ଅଭିଯୁକ୍ତ। ଏହି ଅଭିଯୁକ୍ତ ପ୍ରଦ୍ୟୁମ୍ନ ସାହୁକୁ ନୟାଗଡ଼ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ।

Advertisment

ପୂର୍ବରୁ ଗିରଫ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ପଠାଣି ସାମନ୍ତ ଲେଙ୍କାକୁ ପ୍ରଦ୍ୟୁମ୍ନ ୫୦୦ରୁ ଅଧିକ ପ୍ରିଆକ୍ଟିଭେଟେଡ୍ ସିମ୍ ଓ ୧୫୦ରୁ ଅଧିକ ୱାଲେଟ ଦେଇଥିଲା। ପ୍ରଦ୍ୟୁମ୍ନ ପୂର୍ବରୁ କିଛି ଘରୋଇ ମୋବାଇଲ ସର୍ଭିସ ପ୍ରୋଭାଇଡର ସଂସ୍ଥା ପାଇଁ ସେଲ୍ସ୍ ଏକଜିକୁଟିଭ ଭାବେ କାମ କରୁଥିଲା। ଏହି ସବୁ ପ୍ରି ଆକଟିଭେଟଡ୍ ସିମ୍ ଏବଂ ୱାଲେଟ ଭିତରୁ କିଛି ସିମ୍ ପାକିସ୍ତାନର କରାଚି, ବାଲୁଚିସ୍ତାନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ବ୍ୟବହାର କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।

ତଦନ୍ତ ବେଳେ ଜଣାପଡିଥିଲା ଯେ ଗିରଫ ଅଭିଯୁକ୍ତ ସିମ୍ ଗ୍ରାହକ ନାଁ’ରେ ଏକାଧିକ ସିମ ହାତଉଥିଲା। ତଦନ୍ତକାରୀ ସଂସ୍ଥା ଏନେଇ ୱାଲେଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖିଛି । ପୂର୍ବରୁ ଏହି ଲିଙ୍କରେ ଏସଟିଏଫ୍ ତିନି ଜଣଙ୍କୁ ଗିରଫ କରିଥିଲା।

Advertisment
Crime Branch Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe