Advertisment

ଆଜି ଓଟିଭିର ‘ଫୋରସାଇଟ୍’

ପୂରା ଫୋରସାଇଟ୍ କାର୍ଯ୍ୟକ୍ରମକୁ ମୋବାଇଲ୍ ଯୋଗେ ଓଟିଭି ଫେସବୁକ୍ ଓ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ।

Foresight

Foresight

Advertisment

ଆଜି ଓଟିଭିର ‘ଫୋରସାଇଟ୍ କାର୍ଯ୍ୟକ୍ରମ’। ଦିନ ସାଢେ ୧୦ଟାରୁ ଆରମ୍ଭ ହେବ ଏହି ଚିନ୍ତନ ସମାବେଶ। ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ଚିନ୍ତନ ସମାବେଶର ଏହା ତ୍ରୟୋଦଶ ସଂସ୍କରଣ। ସବୁଥର ଭଳି ଆଜି ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହେବ। ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଏହି ଚିନ୍ତନ ସମାବେଶରେ ସାମିଲ୍ ହେବେ ଏବଂ ନିଜର ମତ ରଖିବେ।

Advertisment

ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଜିର ଏହି ‘ଫୋରସାଇଟ୍’ କାର୍ଯ୍ୟକ୍ରମରେ ସାମିଲ ହେବେ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନୂଆଦିଲ୍ଲୀରୁ ଅନଲାଇନ୍ ଯୋଗେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ନିଜର ମତ ରଖିବେ।

ଆଜିର ଏହି କାର୍ଯ୍ୟକ୍ରମରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିବେ। ପୂରା ଫୋରସାଇଟ୍ କାର୍ଯ୍ୟକ୍ରମକୁ ମୋବାଇଲ୍ ଯୋଗେ ଓଟିଭି ଫେସବୁକ୍ ଓ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ।

Advertisment
Foresight Otv
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe