Advertisment

ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କଠୁ ୯୧୫କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ

୨୦୧୩ ଜାନୁୟାରୀ ୧ରୁ ୨୦୨୨ ଡିସେମ୍ବର ୩୧ତାରିଖ ମଧ୍ୟରେ ରାଜ୍ୟର ମୋଟ ୫୦୫୫ଜଣ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Odisha Vigilance

Odisha Vigilance

ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବାର ବାହାସ୍ଫୋଟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ମାରୁଥିଲେ ସୁଦ୍ଧା ରାଜ୍ୟରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇସାରିଛି। ଯେଉଁଥିପାଇଁ ରାଜ୍ୟରେ ଗତ ୧୦ବର୍ଷ ମଧ୍ୟରେ ୯୧୫କୋଟି ଟଙ୍କାରୁ ଅଧିକ ବେଆଇନ ସମ୍ପତ୍ତିକୁ ଭିଜିଲାନ୍ସ ଜବତ କରିବାରେ ସକ୍ଷମ ହୋଇଛି । ଗତ ୧୦ବର୍ଷରେ ମୋଟ ୫୦୫୫ଜଣ ଦୁର୍ନୀତିଗ୍ରସ୍ତଙ୍କଠୁ ଏହି ଆୟ ବର୍ହିଭୂତ ସମ୍ପତି ଜବତ ହୋଇଛି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ୨୦୧୩ ଜାନୁୟାରୀ ୧ରୁ ୨୦୨୨ ଡିସେମ୍ବର ୩୧ତାରିଖ ମଧ୍ୟରେ ରାଜ୍ୟର ମୋଟ ୫୦୫୫ଜଣ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ସେମାନଙ୍କଠୁ ୯୧୫କୋଟି ୨୭ଲକ୍ଷ ୯୮ହଜାର ୫୬୨ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଜବତ କରିଛି।

ଏଥିରେ ୬୮୪ଜଣ ପ୍ରଥମ ଶ୍ରେଣୀ , ୫୫୯ଜଣ ଦ୍ୱିତୀୟ ଶ୍ରେଣୀ, ୩୨୩୪ ଜଣ ତୃତୀୟ ଶ୍ରେଣୀ ଓ ୯୩ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି । ସେହିପରି ୨୨୭ଜଣ ପୁଲିସ କର୍ମଚାରୀଙ୍କ ସମେତ ୪୭୧ଜଣ ଅନ୍ୟ ସରକାରୀ କର୍ମଚାରୀ ବି ଅଛନ୍ତି।  ଏବେ ୨୧୧୫ଜଣ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ୧୭୦୦ଟି ମାମଲା ବିଚାରାଧୀନ ରହିଛି ଓ ୪ଟି ମାମଲା ଖାରଜ ହୋଇସାରିଛି । ଏସବୁ ମାମଲାରେ ସରକାରଙ୍କ ବିରୁଦ୍ଧରେ ସମ୍ପୃକ୍ତ କର୍ମଚାରୀମାନଙ୍କ ଦ୍ୱାରା କୌଣସି ପାଲଟା ମାମଲା ରୁଜୁ ହୋଇନାହିଁ କିମ୍ବା କୌଣସି ମାମଲା ଉଦ୍ଦେଶ୍ୟମୂଳକ ଓ ଷଡ଼ଯନ୍ତ୍ରମୂଳକ ବୋଲି ପ୍ରମାଣିତ ହୋଇନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେପି ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।

Advertisment

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ନେଇ ବାରମ୍ବାର କହୁଥିଲେ ମଧ୍ୟ ଏତେ ପରିମାଣରର କର୍ମଚାରୀ ଦୁର୍ନୀତିଗ୍ରସ୍ତ କିଭଳି ବାହାରୁଛନ୍ତି । ସେମାନଙ୍କଠୁ ୯୧୫କୋଟି ଟଙ୍କାରୁ ଅଧିକ ଜବତ ହେବା ରାଜ୍ୟରେ ଦୁର୍ନୀତିର ଚେର କେତେ ଗଭୀରକୁ ଯାଇଛି ତାହା ପରୋକ୍ଷରେ ସ୍ପଷ୍ଟ ହୋଇଛି।

Odisha Vigilance Raid Odisha Vigilance Vigilance