Jharsuguda voting
ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ମେ’ ୧୦ତାରିଖରେ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ସଂକ୍ରାନ୍ତରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ ଆସନ୍ତା ମେ’ ୧୦ତାରିଖ ବୁଧବାର ଦିନ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ, ମାଜିଷ୍ଟ୍ରେଟ୍ କୋର୍ଟ, ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କଙ୍ଗ ଅନୁଷ୍ଠାନ ବନ୍ଦ ରହିବ । ମତାଧିକାର ସାବ୍ୟସ୍ତ କରିବା ପାଇଁ କର୍ମଚାରୀମାନଙ୍କ ନିମନ୍ତେ ଏହି ଛୁଟି ଘୋଷଣା ହୋଇଛି ।
ସୂଚନାଯୋଗ୍ୟ, ଜାନୁୟାରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯିବା ଯୋଗୁ ଝାରସୁଗୁଡ଼ା ବିଧାନସଭା ଆସନରେ ଆସନ୍ତା ମେ’ ୧୦ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1682092262.jpg)