Advertisment

ଆଜିଠୁ OJEE ଓଡ଼ିଶା ଯୁଗ୍ମ କାଉନସେଲିଂ ଆରମ୍ଭ

ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ୍‌, ବିଆର୍କିଟେକ୍‌,   ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ଆଦି ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

author-image
Niharika Rout
OJEE counselling  (File Photo)

OJEE counselling (File Photo)

ଆଜିଠୁ OJEE ଓଡ଼ିଶା ଯୁଗ୍ମ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ୍‌, ବିଆର୍କିଟେକ୍‌,   ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ଆଦି ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପ୍ରାୟ ୪୮ ହଜାର ପିଲା ଏଥର କାଉନସିଲିଂରେ ଭାଗ ନେବାକୁ ଯାଉଛନ୍ତି।

Advertisment

ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୬ ତାରିଖ ପୂର୍ବାହ୍ନ ୧୧ଟାରୁ ରାଙ୍କକାର୍ଡଧାରୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିପାରିବେ। ୧୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଚଏସ୍‌ ଫିଲିଂ କରିଥିବା ପ୍ରାର୍ଥୀଙ୍କ ପାଇଁ ୧୨ ତାରିଖ ଅପରାହ୍ନରେ ମକ୍‌ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ।

ସେହିପରି ୧୪ ତାରିଖରେ ପୂର୍ବାହ୍ନ ୧୧ଟା ୩୦ରୁ ପ୍ରାର୍ଥୀଙ୍କ ପାଇଁ ଚଏସ୍‌ ଲକିଂ ସୁବିଧା ଉପଲବ୍ଧ ହେବ। ୧୫ ତାରିଖ ରାତି ୧୧ଟା ୫୯ ସୁଦ୍ଧା ପଞ୍ଜୀକରଣ ଓ ଚଏସ୍‌ ଲକିଂ ଶେଷ ହେବ। ଆସନ୍ତା ୧୬ରୁ ୧୮ ତାରିଖ ମଧ୍ୟରେ ତଥ୍ୟ ଯାଞ୍ଚ, ସିଟ୍‌ ବୈଧତା ଆଦି ଯାଞ୍ଚ କରାଯିବା ପରେ ୧୯ ତାରିଖରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୯ରୁ ୨୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ରିପୋଟିଂ , ୨୦ରୁ ୨୫ ତାରିଖ ମଧ୍ୟରେ ସିଟ୍‌ ଆଲଟମେଣ୍ଟ ପ୍ରକ୍ରିୟାରୁ ଓହରିପାରିବେ।

Advertisment

ଜୁଲାଇ ୩୧ରେ ଦ୍ୱିତୀୟ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ହେବ। ଏଥିସହ ଅଗଷ୍ଟ ୧ରୁ ୫ ମଧ୍ୟରେ ଦ୍ୱିତୀୟ ଓଜେଇଇର ଯୋଗ୍ୟ ଛାତ୍ରଛାତ୍ରୀ, ବିଟେକ୍‌ ରାଙ୍କଧାରୀ, ପୂର୍ବରୁ ନାମ ପଞ୍ଜୀକରଣ କରି ନ ଥିବା ଜେଇଇ ମେନ୍‌ ରାଙ୍କଧାରୀ ନାମ ପଞ୍ଜୀକରଣ, ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ଜୁଲାଇ ୩୧ରୁ ଅଗଷ୍ଟ ୨ ମଧ୍ୟରେ ଅନ୍‌ଲାଇନ୍‌ ରିପୋର୍ଟିଂ ହେବ ଏବଂ ଜୁଲାଇ ୩୧ରୁ ଅଗଷ୍ଟ ୩ ମଧ୍ୟରେ ପ୍ରାର୍ଥୀ ସିଟ୍‌ ଆଲୋକେସନ ପ୍ରକ୍ରିୟାରୁ ଓହରିପାରିବେ।

ଅଗଷ୍ଟ ୩ରେ ତୃତୀୟ ରାଉଣ୍ଡ୍‌ ସିଟ୍‌ ଆଲଟ୍‌ମେଣ୍ଟ ହେବ ଏବଂ ୮ରୁ ୧୦ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ରିପୋର୍ଟିଂ ଓ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟାରୁ ଓହରିପାରିବେ। ଅଗଷ୍ଟ ୧୪ରେ ଚୂଡ଼ାନ୍ତ ଆଲଟ୍‌ମେଣ୍ଟ ହେବା ସହ ୧୪ ଓ ୧୫ ତାରିଖରେ ଅନ୍‌ଲାଇନ୍‌ ରିପୋର୍ଟିଂ ଅନୁଷ୍ଠିତ ହେବ ବୋଲି ଓଜେଇଇ ପକ୍ଷରୁ  ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ ଓଜେଇଇ ରେଜଲ୍ଟ ମାସେ ତଳୁ ବାହାରିବା ପରେ ବି କାଉନସିଲିଂ ହୋଇନଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । 

Bhubaneswar Ojee