Advertisment

ଡାକ୍ତରଙ୍କୁ ନିର୍ଦ୍ଦେଶ, ମାର୍ଚ୍ଚ ୧୦ ସୁଦ୍ଧା ସାର୍ଟିଫିକେଟ ଜମା କର

ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାର ଏଲୋପାଥି ଡାକ୍ତରମାନେ ମାର୍ଚ୍ଚ ୧୦ ସୁଦ୍ଧା ନିଜ ଅଥରିଟିଙ୍କ ନିକଟରେ ସାର୍ଟିଫିକେଟ ଜମା କରିବେ । ପରେ ବିଶେଷଜ୍ଞଙ୍କ ଦ୍ୱାରା ଏହାର ତର୍ଜମା କରାଯିବ।

Doctor

Doctor

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନକଲି ଡାକ୍ତର ଧରପଗଡ଼ ଅଭିଯାନକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର। ଏଣିକି ଖସି ପାରିବେନି ନକଲି ଡାକ୍ତର। କାରଣ ରାଜ୍ୟର ସବୁ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ । ଏନେଇ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ମାର୍ଚ୍ଚ ୧୦ ସୁଦ୍ଧା ନିଜ ନିଜ ସାର୍ଟିଫିକେଟ ଜମା କରିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମେଡ଼ିକାଲ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ ସହିତ ଡିଗ୍ରୀ, ପିଜି ଓ ସୁପର ସ୍ପେଶିଆଲାଇଜେସନ ସାର୍ଟିଫିକେଟ ଜମା କରିବାକୁ ରହିଛି ନିର୍ଦ୍ଦେଶ । ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାର ଏଲୋପାଥି ଡାକ୍ତରମାନେ ମାର୍ଚ୍ଚ ୧୦ ସୁଦ୍ଧା ନିଜ ଅଥରିଟିଙ୍କ ନିକଟରେ ସାର୍ଟିଫିକେଟ ଜମା କରିବେ । ପରେ ବିଶେଷଜ୍ଞଙ୍କ ଦ୍ୱାରା ଏହାର ତର୍ଜମା କରାଯିବ।

DMET ଓଡ଼ିଶା ଏକ କନସୋଲିଡେଟେଡ୍ ରିପୋର୍ଟ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶା କାଉନସିଲ ଅଫ ମେଡ଼ିକାଲ୍ ରେଜିଷ୍ଟ୍ରେସନ୍ ନିକଟରେ ଜମା କରିବେ। ସାର୍ଟିଫିକେଟ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ବା କିଛି ତ୍ରୁଟି ଥିଲେ ଓମଏସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟରେ ଥିବା ଡାକ୍ତରମାନଙ୍କ ଶିକ୍ଷଗତ ଯୋଗ୍ୟତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ନିର୍ଦ୍ଦେଶ ମୁତାବକ ଏବେ ଏହି ପ୍ରକ୍ରିୟା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ ।

Advertisment
Doctor High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe