Advertisment

ବରିଷ୍ଠ ଆଇଏଏସ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ମିଳିଲା ଜେଲଦଣ୍ଡ

ସେମାନଙ୍କୁ ୩ ବର୍ଷ ଲେଖାଏଁ ଜେଲ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନ ନିର୍ଦ୍ଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ।

ଅଦ୍ୟତନ ହୋଇଛି
Former IAS Officer Vinod Kumar

Former IAS Officer Vinod Kumar

Advertisment

ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ବିଭାଗରେ(ORHDC) ଦୁର୍ନୀତି ମାମଲାରେ ପୁଣି ବରିଷ୍ଠ ଆଇଏଏସ ବିନୋଦ କୁମାର ସମେତ ୫ ଜଣଙ୍କୁ ଜେଲଦଣ୍ଡ ମିଳିଛି। ସେମାନଙ୍କୁ ୩ ବର୍ଷ ଲେଖାଏଁ ଜେଲ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନ ନିର୍ଦ୍ଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ। ଜରିମାନା ନ ଦେଲେ ସେମାନଙ୍କୁ ଆଉ ୬ମାସ ଲେଖାଏଁ ଜେଲ ଦଣ୍ଡ ମିଳିବ।

Advertisment

୨୦୦୦ ମସିହାରେ ୩୮ଟି ଡୁପ୍ଲେକ୍ସ କରିବା ନାଁରେ ହୋମ୍ ଲିଭ୍ ବିଲଡର ସଂସ୍ଥା ORHDCରୁ ଲୋନ୍ ନେଇଥିଲା। ତେବେ ଜାଲ କାଗଜପତ୍ର ଦେଖାଇ ଏହି ଲୋନ୍ ଦିଆଯାଇଥିବ ଅଭିଯୋଗ ହୋଇଥିଲା। ଯେଉଁ ଜାଗାକୁ ଦେଖାଇ ଏହି ଲୋନ୍ ନିଆଯାଇଥିଲା, ତାହା ମଧ୍ୟ ସଂପୃକ୍ତ ବିଲଡର ସଂସ୍ଥାର ନଥିଲା।

ଏହି ମାମଲାରେ ପୂର୍ବରୁ ସ୍ୱସ୍ଥି ରଂଜନ ମହାପାତ୍ର, କଂପାନୀ ସେକ୍ରାଟାରୀ ଉମେଶ ସ୍ୱାଇଁ, ଲୋନ୍ ଆପ୍ରୁଭାଲ ଅଫିସରଙ୍କ ସମେତ ବିଲଡର ସଂସ୍ଥାର ମ୍ୟାନେଜିଂ ପାର୍ଟନର ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।

Advertisment

ବିନୋଦ କୁମାର, ସ୍ୱସ୍ଥି ରଂଜନ ଏବଂ ଉମେଶ ସ୍ୱାଇଁ ଏହି ୩ ଜଣ ଅପରାଧୀଙ୍କ ଷଡଯନ୍ତ୍ର ସହ ଅହେତୁକ ଅନୁକଂପା ଦେଖାଇଥିବା ଅଭିଯୋଗ ରହିଥିଲା। ORHDCର ସେତେବେଳେ ବିନୋଦ କୁମାର ମ୍ୟାନେଜିଂ ଡାଇରେକ୍ଟର ଥିଲେ। ଏହି ମାମଲାକୁ ମିଶାଇ ସେ ଅନ୍ୟ ଦୁର୍ନୀତି ମାମଲାରେ ସାତ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Crime Jail Scam Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe