କ୍ଷତିରେ ଉବୁଟୁବୁ ଓଟିଡିସି, ଅଫିସରଙ୍କୁ ତୁଷ୍ଟୀକରଣ ପାଇଁ ବଣ୍ଟା ଚାଲିଛି ଉପହାର

ଓଟିଡିସିର ରେଷ୍ଟୁରାଂଟରେ ଗ୍ରାହକଙ୍କଠୁ ମିଲ୍ ପିଛା ୩୫୦ରୁ ୪୫୦ଟଙ୍କା ନିଆଯାଇଥିଲେ ବି ସେହିଦିନ ନିମ୍ନମାନର ପଖାଳ ମିଲ୍ ପ୍ରଦାନକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ।

Pakhala PhotoTwitter

ପଖାଳ କଂଶା

Ordigital Desk
  • Published: Thursday, 23 March 2023
  • Updated: 23 March 2023, 10:06 PM IST

Sports

Latest News

ଆର୍ଥିକ କ୍ଷତିରେ ଉବୁଟୁବୁ ହେଉଥିବା ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବେ ‘ପଖାଳ ଦିବସ’ ଆଳରେ ଅଫିସରଙ୍କୁ ଉପହାର ବାଂଟି ତୁଷ୍ଟୀକରଣ ପାଇଁ ପ୍ରୟାସ କରିଥିବା ଜଣାପଡ଼ିଛି । କ୍ରମାଗତ ବ୍ୟବସାୟିକ କ୍ଷତି ଯୋଗୁ ରାଜ୍ୟ ସରକାରଙ୍କ ‘ସିଲଭର’ ବର୍ଗରୁ ‘ବ୍ରୋଂଚ’କୁ ଖସିଥିବା ଓଡ଼ିଟିସି ନିଜର ପରିଚାଳନାରେ ସୁଧାର କରିବା ପରିବର୍ତ୍ତେ ସରକାରୀ ପାଣ୍ଠିରେ ରାଜ୍ୟ ସରକାରଙ୍କ ଅଫିସରମାନଙ୍କୁ ଉପହାର ବାଣ୍ଟିବାରେ ଲାଗିଛନ୍ତି । ଆଉ ସରକାରୀ ପାଣ୍ଠିରେ ‘ପଖାଳ ଦିବସ’ ପାଳନ ଆଳରେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି ନିଜର ପତିଆରା ଦେଖାଇବାକୁ ବି ପଛାଇ ନଥିବା ଜଣାପଡ଼ିଛି।

Also Read

ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ୨୦ତାରିଖରେ ଓଟିଡିସି ପକ୍ଷରୁ ‘ପଖାଳ ଦିବସ’ ପାଳନ ହୋଇଥିଲା । ଓଟିଡିସି ମୁଖ୍ୟାଳୟ ପରିସରରେ ଓଟିଡିସି ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି ‘ପଖାଳ ଦିବସ’ କାର୍ଯ୍ୟକ୍ରମକୁ ପ୍ରାୟ ୩୦୦ରୁ ୪୦୦ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସରକାରୀ ପାଣ୍ଠିରେ ଅତିଥିମାନଙ୍କୁ ବ୍ୟୟବହୁଳ ପଖାଳ ମିଲ୍ ଦେଇ ଆପ୍ୟାୟିତ କରାଯାଇଥିଲା। କିନ୍ତୁ ଓଟିଡିସିର ରେଷ୍ଟୁରାଂଟରେ ଗ୍ରାହକଙ୍କଠୁ ମିଲ୍ ପିଛା ୩୫୦ରୁ ୪୫୦ଟଙ୍କା ନିଆଯାଇଥିଲେ ବି ସେହିଦିନ ନିମ୍ନମାନର ପଖାଳ ମିଲ୍ ପ୍ରଦାନକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଖାଳ ଦିବସ ପାଳନ କରୁଥିବା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ଓଟିଡିସି ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କୁ ଗ୍ରାହକମାନେ ନିଜର ଅସନ୍ତୋଷ ଜଣାଇଥିଲେ ମଧ୍ୟ ସେମାନଙ୍କର ଅଭିଯୋଗକୁ ଅତ୍ୟନ୍ତ ବେପରୁୱା ଢଙ୍ଗରେ ଉଭୟ ନେଇଥିଲେ । ଅନ୍ୟପଟେ ‘ପଖାଳ ଦିବସ’ ଆଳରେ ଓଟିଡିସି ପକ୍ଷରୁ ରାଜ୍ୟର ବିଭିନ୍ନ ବିଭାଗର ସଚିବ ଓ ଅତିରିକ୍ତ ସଚିବ, ବରିଷ୍ଠ ଆଇଏଏସ୍ ଓ ଓଏଏସ୍ ଅଫିସର, ପ୍ରଭାବଶାଳୀ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଘରକୁ ‘ପଖାଳ ମିଲ୍‌’ ସହ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପିତଳ ଥାଳି ଉପହାର ଆକାରରେ ଦିଆଯାଇଥିଲା । ପ୍ରତ୍ୟେକ ମିଲ୍ ପିଛା ହାରାହାରି ୧୨୦୦ରୁ ୧୫୦୦ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଉଛି । ଓଟିଡିସିର ଏହି ପଖାଳ ଦିବସ ଉପହାରକୁ ମଧ୍ୟ ରାଜ୍ୟର କିଛି ବିଭାଗୀୟ ସଚିବ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

କିନ୍ତୁ ପ୍ରଶ୍ନ ଉଠୁଛି, ଓଟିଡ଼ିସି ଏବେ ଆର୍ଥିକ କ୍ଷତି ଦେଇ ଗତି କରୁଥିବାବେଳେ ‘ପଖାଳ ଦିବସ’ ଆଳରେ ନିଜର ରାଜନୀତିକ ପତିଆରା ପ୍ରଦର୍ଶନ କରିବାକୁ ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କୁ କିଏ ଅନୁମତି ଦେଇଥିଲା? ତାଙ୍କର ରାଜନୀତିକ ଶକ୍ତି ପ୍ରଦର୍ଶନ ପାଇଁ ଓଟିଡିସି କାହିଁକି ପାଣ୍ଠି ଖର୍ଚ୍ଚ କଲା? କ୍ରମାଗତ ଆର୍ଥିକ କ୍ଷତିରେ ଚାଲୁଥିବା ସଂସ୍ଥାକୁ ଲାଭଜନକ ସଂସ୍ଥାରେ ପରିଣତ କରିବା ନିମନ୍ତେ ପଦକ୍ଷେପ ନେବା ପରିବର୍ତ୍ତେ ଅଫିସର ଓ ନେତାମାନଙ୍କୁ ବ୍ୟୟବହୁଳ ଉପହାର ବାଂଟିବା ନିଷ୍ପତ୍ତି କିଏ ନେଇଥିଲା? ‘ପଖାଳ ଦିବସ’ ପାଳନ ଆଳରେ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାକୁ କିଏ ଭରଣା କରିବ?

ରାଜ୍ୟ ସରକାର ଗୋଟିଏପଟେ ‘ଫାଇଭ-ଟି’ ଓ ବିକାଶର ସ୍ଲୋଗାନ ଦେଉଥିବାବେଳେ କ୍ଷତିରେ ଉବୁଟୁବୁ ହେଉଥିବା ନିଗମରେ ଜଣେ ରାଜନୀତିକ ବ୍ୟକ୍ତିଙ୍କୁ ଥଇଥାନ କରି ପରୋକ୍ଷରେ ଅଫିସର ଓ ରାଜନେତାମାନଙ୍କୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ହେଉଥିବା ସାଧାରଣରେ ଚର୍ଚ୍ଚା ।

ସୂଚନାଯୋଗ୍ୟ, ପଖାଳ ଦିବସରେ ଏହି ଉପହାର ପାଇଥିବା କିଛି ଆଇଏଏସ୍ ଅଫିସର ଏଥିପାଇଁ ଓଟିଡିସି କର୍ତ୍ତୃପକ୍ଷଙ୍କ ସହ ସେଠାକୁ ଡେପୁଟେସନରେ ଯାଇଥିବା ଜଣେ ପଦୋନ୍ନତିପ୍ରାପ୍ତ ଓଏଏସ୍ ଅଫିସର ଅଂଶୁମାନ ରଥଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story