Advertisment

ଦେଶୀ ବିଦେଶୀ କୁକୁର ରଖିଥିବା ରାଜଧାନୀର ଲୋକେ ସାବଧାନ!

କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ। ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ।

author-image
Niranjan Mishra
Dog

Dog

ଦେଶୀ ବିଦେଶୀ କୁକୁର ରଖିଥିବା ରାଜଧାନୀର ଲୋକେ ସାବଧାନ! କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ। ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ। ବିଏମସି ଆଣିଛି ଏପରି ନୂଆ ନିୟମ । ଗତକାଲି ବିଏମସି ବୈଠକରେ ଏହି ବାଇ ଲ ପାରିତ ହୋଇଛି । ଏହି ନିୟମ ଅନୁସାରେ - ଜଣେ କୁକୁର ପ୍ରେମୀ ଚାହିଁଲେ ଅତି ବେଶିରେ ଦୁଇଟି କୁକୁର ରଖିପାରିବେ।

Advertisment

କୁକୁର ରଖିବାକୁ ଚାହିଁଲେ ବିଏମସି ଅଧୀନରେ ପଞ୍ଜୀକରଣ ବାଧ୍ୟତାମୂଳକ। ବାହାର କୁକୁର ସହରକୁ ଆଣିଲେ ସପ୍ତାହେ ଭିତରେ ପଞ୍ଜୀକରଣ କରିବାକୁ ହେବ। କୁକୁର ବାହାରକୁ ଗଲେ ବେକରେ କୁକୁର ପଟା ସହ ରେଜିଷ୍ଟ୍ରେସନ ପ୍ଲେଟ ବା ନମ୍ବର ଝୁଲାଇବାକୁ ହେବ। କୁକୁର ବୟସ ହୋଇଗଲେ ରାସ୍ତା କଡରେ ଛାଡି ଦେଇପାରିବେ ନାହିଁ। ଖେଳ ପ୍ରଦର୍ଶନ କରିବାକୁ ଥିଲେ ବିଏମସିରେ ଆଗୁଆ ଜଣାଇବାକୁ ହେବ। କୁକୁର ଯଦି ଅନ୍ୟ କୌଣସି ବାହ୍ୟ ଲୋକ କିମ୍ବା ସମ୍ପତ୍ତିକୁ ନଷ୍ଟ କଲେ ମାଲିକଙ୍କୁ ଏଥିପାଇଁ ଜରିମାନା ଦେବାକୁ ହେବ।

ସେପଟେ ବିଏମସିର ଏହି ନୂଆ ନିୟମକୁ ନେଇ ପଶୁପ୍ରେମୀ କହିଛନ୍ତି, କୁକୁରଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ନିର୍ମାଣ ନ ହେଲେ ମଳତ୍ୟାଗ ବା କୁକୁର ବୁଲାଇବାକୁ ଅସୁବିଧା ହୋଇପାରେ।

Advertisment
Dog Attack Guideline On Pet Animal Dog Tension