Advertisment

ସରକାରୀ ଡାକ୍ତରଖାନାରୁ ଔଷଧ ଚୋରି କରୁଥିବା ବେଳେ ଧରାପଡ଼ିଲେ ଫାର୍ମାସିଷ୍ଟ

ବରଗଡ ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା। ଏଠାରେ ସାଧାରଣ ଲୋକଙ୍କ ନିମନ୍ତେ ଉପଲବ୍ଧ ଔଷଧ କିପରି ଚୋରି ହୋଇଯାଉଛି ତାହା ପଦାରେ ପଡ଼ିଛି।

ଅଦ୍ୟତନ ହୋଇଛି
stealing medicines

stealing medicines

Advertisment

ସରକାରୀ ଡାକ୍ତରଖାନାରୁ ମେଡିସିନ ଚୋରି କରି ନେଉଥିବା ବେଳେ ଧରାପଡ଼ିଛନ୍ତି କାର୍ଯ୍ୟରତ ଫାର୍ମାସିଷ୍ଟ। ସେ ଗୋଟିଏ ଜରି ବସ୍ତାରେ ବହୁ ପରିମାଣର ଦାମୀ ଇଞ୍ଜେକସନ ସାଙ୍ଗକୁ ବିଭିନ୍ନ ପ୍ରକାର ଔଷଧ ଚୋରି କରି ନେଇ ଯାଉଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ଯାହାପରେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ବରଗଡ ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା। ଏଠାରେ ଖୋଦ୍ ରକ୍ଷକ ଭକ୍ଷକ ସାଜିଥିବା ଓ ସ୍ୱାସ୍ଥ୍ୟ ବିଭାଗରେ କିପରି ସାଧାରଣ ଲୋକଙ୍କ ନିମନ୍ତେ ଉପଲବ୍ଧ ଔଷଧ ଚୋରି ହୋଇଯାଉଛି ତାହା ପଦାରେ ପଡ଼ିଛି।

Advertisment

ବରଗଡ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ନିର୍ମଳ ପ୍ରଧାନ ଏପରି ଚୋରି କରୁଥିବା ବେଳେ ଦୁଇଦିନ ତଳେ ପ୍ରଥମେ ସିକ୍ୟୁରିଟି ଗାର୍ଡଙ୍କ ହାତରେ ଧରା ପଡିଥିଲେ। ଯାହା ଜାଣିବା ପରେ ଲୋକେ ଏହି ଫାର୍ମାସିଷ୍ଟଙ୍କୁ ଘେରି ଯାଇଥିଲେ। ତେବେ ବିଭାଗୀୟ ଅଧିକାରୀମାନେ ମାମଲାକୁ ରଫାଦଫା କରିବା ପାଇଁ ଚୋରି ମେଡିସିନକୁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଗଣମାଧ୍ୟମ ଦୃଷ୍ଟି ପଡ଼ିବାରୁ ଘଟଣାର ତଦନ୍ତ ଚାଲିଥିବା ସିଡିଏମ୍‌ଓ ଚାରୁବାଲା ରଥ ସଫେଇ ଦେଇଛନ୍ତି।

ଚୋରି ମେଡିସିନ ଗୁଡିକରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କୌଣସି ଲୋଗୋ ନଥିଲା। ଏହାକୁ ସମ୍ପୃକ୍ତ ଫାର୍ମାସିଷ୍ଟ କୌଶଳ କ୍ରମେ ନିରାମୟ କେନ୍ଦ୍ରରୁ ଚୋରି କରି ବାହାରେ ବିକ୍ରୟ କରିବାକୁ ନେଉଥିଲା। ଯାହା ଜାଣିବା ପରେ ଏଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ସୂଚନା ଥାଉକି, ରାଜ୍ୟ ସରକାର ନିରାମୟ ଯୋଜନା ମାଧ୍ୟମରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ସେବା ଯୋଗାଇ ଦେଉଛନ୍ତି। ମାତ୍ର ଏହାକୁ ଚାକିରିରେ ନିଯୁକ୍ତ କିଛି ଅସାଧୁ ଗୋଷ୍ଠୀ ବାଟବଣା କରୁଛନ୍ତି। ଫଳରେ ସାଧାରଣ ରୋଗୀ ସମସ୍ତ ପ୍ରକାର ଔଷଧ ଡାକ୍ତରଖାନାରୁ ପାଇବାରୁ ବଞ୍ଚିତ ହେଉଛି।

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚାରୁବାଲା ରଥ କହିଛନ୍ତି, ଏହା ଏକ ଧତବ୍ୟ ଅପରାଧ। ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ତଦନ୍ତ ଚାଲିଛି। ଏଭଳି କର୍ମଚାରୀଙ୍କୁ ବିଭାଗରୁ ତଡ଼ି ଦେବାକୁ ପଦକ୍ଷେପ ନିଆଯିବ। କାରଣ ଏଭଳି ବ୍ୟକ୍ତି ଚାକିରିରେ ରହିଲେ ପୁଣି ଚୋରି କରିବ।

ରିପୋର୍ଟ- ବରଗଡ଼ରୁ ଦୀପକ ଶର୍ମା

Medical Negligence Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe