Advertisment

ପିଣ୍ଟୁ ନନ୍ଦଙ୍କ ପରଲୋକ

ଗତ ରାତି ୧୧ଟା ୨୫ରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
Pintu Nanda

Pintu Nanda

Advertisment

ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଗତ ରାତି ୧୧ଟା ୨୫ରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି ।

Advertisment

ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆ ଦିଲ୍ଲୀ ସ୍ଥାନାନ୍ତର କରଯାଇଥିଲା । କିନ୍ତୁ ସେଠାରେ ଡୋନର ନ ମିଳିବାରୁ ପିଣ୍ଟୁଙ୍କୁ ହାଇଦ୍ରାବାଦ ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କର ଯକୃତ ପ୍ରତିରୋପଣ ହୋଇ ପାରି ନଥିଲା ।

ଏହାପରେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ପରଲୋକ ହେଇଛି । ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି ।ଓଡିଆ ଚଳଚ୍ଚିତ୍ର ଜଗତର ଏକ ଜଣାଶୁଣା ନାଁ ହେଉଛି ପିଣ୍ଟୁ ନନ୍ଦ ।

Advertisment

ଓଡିଆ ଦୂରଦର୍ଶନ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ପିଣ୍ଟୁ ନନ୍ଦ ବହୁ ଫିଲ୍ମ, ଧାରାବାହିକ ଓ ଆଲବମରେ ଅଭିନୟ କରିଥିଲେ ।ଏହାପରେ ୧୯୯୬ ମସିହାରେ ଫିଲ୍ମ ‘କୋଇଲି’ ଜରିଆରେ ଓଡିଆ ସିନେ ଜଗତରେ ପ୍ରବେଶ କରିଥିଲେ । ଏଥିସହ ସେ ଓଡିଆ ଆଲବମରେ ମଧ୍ୟ ଅଭିନୟ କରିଥିଲେ ।  ‘ଏ ଗଉରା କଣ ଖାଉଚୁ’ ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟତା ଆଣି ଦେଇଥିଲା।

ଏହାବାଦ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡିବେ ମୋ ଜଗାବଳିଆ, ଓ ମାଇଁ ଲଭ, ଆଇ ଲଭ ୟୁ, ପ୍ରେମ ରୋଗୀ ଓ ଜୟ ଜଗନ୍ନାଥ ଭଳି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ପିଣ୍ଟୁ ନନ୍ଦ । ‘ରଙ୍ଗ ନମ୍ବର’ ସିନେମା ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ଧାରାବାହିକ ଶଙ୍ଖା ସିନ୍ଦୁରରେ ମଧ୍ୟ ସେ ନିଜ ଅଭିନୟ ଛାପ ଛାଡ଼ି ଯାଇଛନ୍ତି। 

ଅଭିନେତା ପିଣ୍ଟୁ ନନ୍ଦଙ୍କ ଘର ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ତର୍ତ୍ତଙ୍ଗ ଗ୍ରାମରେ । ପାଠ ପଢିବା ସମୟରୁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା । ଶ୍ରୀକୃଷ୍ଣ ଏକାଡେମୀରେ ପଢ଼ିବା ବେଳେ ସେ ପ୍ରାୟ ସବୁ ଚଳଚ୍ଚିତ୍ର ସିନେମା ହଲକୁ ଯାଇ ଦେଖୁଥିଲେ । ସେ ନିଶ୍ଚୟ ଜଣେ ଅଭିନେତା ହେବେ ବୋଲି ନିଜ ସାଙ୍ଗ ସାଥୀମାନଙ୍କୁ କହୁଥିଲେ । ସତକୁ ସତ ପିଣ୍ଟୁ ଜଣେ ଆଗ ଧାଡ଼ିର ଅଭିନେତା ହେବା ପରେ ବହୁତ ଗର୍ବ ଅନୁଭବ କରୁଥିବା ସାଙ୍ଗସାଥୀ ତାଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଛନ୍ତି। 

ପିଣ୍ଟୁ ନନ୍ଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। 

ଓଡ଼ିଶାର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । କଳା ଜଗତ ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଟ୍ୱିଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Pintu Nanda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe