Advertisment

ପୁରୀ ସ୍ୱର୍ଗଦ୍ୱାରରେ ଆଜି ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର

ପିଣ୍ଟୁଙ୍କ ମରଶରୀର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରଖାଯାଇଥିଲା। ଆଜି ସକାଳେ ମଧ୍ୟ ପିଣ୍ଟୁଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି।

Pintu Nanda

Pintu Nanda

Advertisment

ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ଆଜି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ। ଗତକାଲି ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଓଲିଉଡ଼ କଳାକାର, ଫ୍ୟାନ ଏବଂ ସମର୍ଥକ, ପିଣ୍ଟୁଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ବିମାନ ବନ୍ଦରରେ। ସମସ୍ତଙ୍କ ଆଖିରେ ଲୁହ ଥିଲା। ସମସ୍ତେ ଝୁରୁଥିଲେ ତାଙ୍କ ପ୍ରିୟ ଅଭିନେତାଙ୍କୁ।

Advertisment

ଏହାପରେ ପିଣ୍ଟୁଙ୍କ ମରଶରୀର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରଖାଯାଇଥିଲା। ଆଜି ସକାଳେ ମଧ୍ୟ ପିଣ୍ଟୁଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି ।

ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ହୋଇଥିଲା। ଲିଭର ସିରୋସିସରେ ଆକ୍ରାନ୍ତ ଥିବା
ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ଅତି ଜରୁରୀ ଥିଲା। ଏଥିପାଇଁ ତାଙ୍କୁ ପ୍ରଥମେ ଦିଲ୍ଲୀ ଏବଂ ପରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ତେବେ ୧୭ ଦିନର ଅପେକ୍ଷା ପରେ ଏବଂ ସହାୟତା ପାଇଁ ନିବେଦନ ସତ୍ତ୍ୱେ କେହି ଡୋନର୍ ନମିଳିବାରୁ ଆଖି ବୁଜିଦେଇଥିଲେ ପିଣ୍ଟୁ।

Advertisment
Ollywood Pintu Nanda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe