Advertisment

ଡୋନର ଅପେକ୍ଷାରେ ପିଣ୍ଟୁ ନନ୍ଦ, ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର

ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ କରିବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।

Pintu Nanda

Pintu Nanda

Advertisment

ଡୋନର ଅପେକ୍ଷାରେ ପିଣ୍ଟୁ ନନ୍ଦ। ତେଣୁ ଆଜି ତାଙ୍କୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ କରିବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।

Advertisment

ଲିଭର୍ ସିରୋସିସରେ ପୀଡ଼ିତ ହେବା ପରେ ପିଣ୍ଟୁ ନନ୍ଦ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼ିଲା। ଏଥିନିମନ୍ତେ ଓଡ଼ିଶାରେ ବ୍ୟବସ୍ଥା ନ ଥିବା ବେଳେ  ପିଣ୍ଟୁ ନନ୍ଦଙ୍କୁ  ପଡ଼ିବାରୁ ଗତ ୭ ତାରିଖରେ ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ(ILBS) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ILBS ହସ୍ପିଟାଲର ନିୟମ ଅନୁଯାୟୀ, କେବଳ ପରିବାର ଲୋକେ ହିଁ ଲିଭର ଡୋନେଟ କରିପାରିବେ। ମାତ୍ର ପିଣ୍ଟୁଙ୍କୁ ଲିଭର ଡୋନେଟ କରିବାକୁ ସହମତି ପ୍ରକାଶ କରିଥିବା ତାଙ୍କ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ୍‌ ତାଙ୍କ ସହ ମ୍ୟାଚ କଲା ନାହିଁ। ତେଣୁ ବାହାରୁ ଲିଭର ଆଣି ଟ୍ରାନ୍ସପ୍ଲାଣ୍ଟ କରିବା ଉକ୍ତ ହସ୍ପିଟାଲରେ ସମ୍ଭବ ନ ହେବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।

Advertisment

ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଏବେ ସ୍ଥିର ଥିବା ବେଳେ ଖୁବ୍‌ ଶୀଘ୍ର ଡୋନର ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ଡୋନର ମିଳିଲେ ତାହା ତାଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଓଡ଼ିଶା ସିନେ ଆର୍ଟିଷ୍ଟ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି ।

 ସୂଚନାଯୋଗ୍ୟ, ୪୫ ବର୍ଷ ବୟସ୍କ ପିଣ୍ଟୁଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ରହିଛିା ତେବେ ଓଡ଼ିଶା ସିନେ ଆର୍ଟିଷ୍ଟ ସଂଘ ସହ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ରାଶି ମିଳିବାରେ ଲାଗିଛି।

Bhubaneswar Pintu Nanda Liver Transplant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe