ଡୁପ୍ଲିକେଟ୍ ଚାବି ତ ଅଛି, ରତ୍ନଭଣ୍ଡାର ଖୋଲୁନ କାହିଁକି: ବିଜେପି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ବିଜେପି ଦାବି କରିଛି ବିଜେପି। ଏଥିସହ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି ହୋଇଛି। 

Pitambar Acharya PhotoOR

ପିତାମ୍ବର ଆଚାର୍ଯ୍ୟ ।

Ordigital Desk
  • Published: Friday, 28 April 2023
  • Updated: 28 April 2023, 11:46 AM IST

Sports

Latest News

ଗୁରୁବାର ବିଜେପି ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅମୂଲ୍ୟ ସମ୍ପତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା । ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ୨୦୧୮ମସିହା ଅପ୍ରେଲ ୩ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ବଡ଼ ଅନୁଧ୍ୟାନକାରୀ ଦଳ ଧଳା ଲୁଗା ପିନ୍ଧି ଅରୁଆ ଖାଇ କୂଅରେ ଗାଧୋଇ ମନ୍ଦିର ଭିତରକୁ ପ୍ରବେଶ କଲେ ରତ୍ନଭଣ୍ଡାର ଖୋଲିବା ପାଇଁ। କିନ୍ତୁ ପାଖରେ ଚାବିକାଠି ନଥିଲା ।

ଏପ୍ରିଲ ୪ତାରିଖରେ ତତକାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ବିବୃତି ଦେଲେ, ରତ୍ନଭଣ୍ଡାର ଚାବି ମିଳୁନି । ଏହାପରେ ସାରା ରାଜ୍ୟରେ ଆନ୍ଦୋଳନ ହେଲା ଓ ପ୍ରତିବାଦର ସ୍ୱର ଉଠିଲା । ଜନତା,ବିରୋଧୀ ଓ ଗଣମାଧ୍ୟମ ସହ ରାଜ୍ୟ ସରକାର ଲୁଚକାଳି ଖେଳିଲେ । ବିଜେପିର ତୀବ୍ର ଆନ୍ଦୋଳନ ପରେ ରାଜ୍ୟ ସରକାର ପ୍ରାୟ ୨ମାସ ପରେ ଜୁନ୍ ୬ରେ ଜଷ୍ଟିସ୍ ରଘୁବୀର ଦାସ କମିଶନ ଗଠନ କଲେ । ବିଜେପି ସେହି ସମୟରେ କମିଶନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲା । ଏହି କମିଶନରୁ କିଛି ସୁଫଳ ମିଳିବ ନାହିଁ ବୋଲି ବିଜେପି ଆଶଙ୍କା ପ୍ରକାଶ କରିଥିଲା । ଆଜି ପୁନର୍ବାର ସେହି କଥାକୁ ଦୋହରାଇ ଏ ସରକାର ଏକ କମିଶନ ସର୍ବସ୍ୱ ସରକାର ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Also Read

ଏ ସରକାରର ସବୁବେଳେ କମିଶନ ଦରକାର । ରାଜ୍ୟରେ ପାଇଖାନା, ବାସଗୃହ, ବିଧବା-ବାର୍ଦ୍ଧକ୍ୟ ଭତା ଓ ଯୁବକଙ୍କୁ ଚାକିରୀ ଦେବାରେ ସବୁ ସ୍ତରରେ କମିଶନ କାରବାର ବ୍ୟାପକ ମାତ୍ରାରେ ଚାଲିଛି । ଶେଷରେ ଏ କମିଶନ ସର୍ବସ୍ୱ ସରକାର ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ କମିଶନ ଶବ୍ଦଟିକୁ ଲଗାଇବାକୁ ପଛାଇଲେ ନାହିଁ । ଜଷ୍ଟିସ୍ ରଘୁବୀର ଦାସ କମିଶନ ପାଇଁ ରାଜ୍ୟ ସରକାର ୨୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାର ୬ମାସ ପରେ ଗୋଟିଏ ରିପୋର୍ଟ ସାମ୍ନାକୁ ଆସିଲା । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସେତେବେଳେ ବିଜେପି ମାମଲା ରୁଜୁ କରିବା ପରେ ଜିଲ୍ଲାପାଳ ନାଟକ କରି କହିଲେ, "ରେକର୍ଡ ରୁମ୍‌ରୁ ଗୋଟିଏ ଡୁପ୍ଲିକେଟ୍ ଚାବି ମିଳିଲା’ । ୪୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଓଡ଼ିଶା ସରକାର ରତ୍ନଭଣ୍ଡାର ଚାବିକୁ ହଜେଇ ଦେଇଛନ୍ତିି ବୋଲି ୨୦୧୮ରେ ଜଣାପଡ଼ଲା ।

ରାଜ୍ୟ ସରକାର ପ୍ରଥମତଃ ସ୍ୱୀକାର କଲେ ଅରଜିନାଲ ଚାବି ହଜିଛି ଓ ଚାବି ମିଳିଛି । ଯଦି ପ୍ରକୃତ ସେ ଚାବିର ଡୁପ୍ଲିକେଟ୍ ଚାବି ହୋଇଥାଏ ତାହେଲେ ରତ୍ନଭଣ୍ଡାର ଖୋଲିବାର ପ୍ରତିବନ୍ଧକ ରହିଲା କେଉଁଠି? ୫ ବର୍ଷ ଧରି ଗୋଟିଏ ଡୁପ୍ଲିକେଟ୍ ଚାବିକୁ ପାଇଥିବା ସରକାର ତାହା ସତରେ ଅର୍ଜିନାଲ ଚାବିର ଡୁପ୍ଲିକେଟ୍ କି ନୁହେଁ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ଓ ତୁରନ୍ତ ରତ୍ନଭଣ୍ଡାର ଖୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ଏହାସହିତ ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟରେ କ'ଣ ଅଛି ରାଜ୍ୟ ସରକାର ତାହା ଆଜି ପର୍ଯ୍ୟନ୍ତ ପ୍ରକାଶ କଲେ ନାହିଁ ।

ଆଇନ ଅନୁଯାୟୀ ୬ ମାସ ଭିତରେ ରାଜ୍ୟ ସରକାର କମିଶନ ଇନକ୍ୱାରି ରିପୋର୍ଟ କଣ କଣ ଆବଶ୍ୟକ ପଦକ୍ଷେପ ନେଇଛନ୍ତିି ତାହାକୁ ବିଧାନସଭା ଗୃହରେ ଉପସ୍ଥାପନ କରିବାର ନିୟମ ରହିଛି । କିନ୍ତୁ ତାହା ରାଜ୍ୟ ସରକାର କରିନାହାନ୍ତିି । ଏଥିରୁ ରାଜ୍ୟ ସରକାରଙ୍କ ବିଧାନସଭା ଉପରେ ଏବଂ ଜନପ୍ରତିନିଧିମାନଙ୍କ ଉପରେ ତିଳେ ମାତ୍ର ଭରସା ଓ ବିଶ୍ୱାସ ନାହିଁ ବୋଲି ଜଣାପଡ଼ୁଛି । ଯଥାଶୀଘ୍ର ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ଶୀତଳଭଣ୍ଡାରରେ ନରଖି ରିପୋର୍ଟ ଉପରେ କଣ ପଦକ୍ଷେପ ନେଇଛନ୍ତିି ତାହାକୁ ବିଧାନସଭାରେ ଉପସ୍ଥାପନ କରନ୍ତୁ ବୋଲି ବିଜେପି ଦାବି କରିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଉମାକାନ୍ତ ପଟ୍ଟନାୟକ,ଆଶ୍ରିିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story