student
ତିନିଦିନ ପରେ ଅର୍ଥାତ୍ ମେ ୨୯ ରୁ ଖୋଲିବ ସାମ୍ସ ପୋର୍ଟାଲ। ଏଥିସହ ଏହି ପୋର୍ଟାଲ ଯୋଗେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ପିଲାମାନେ ଜୁନ ୨୦ ଯାଏ ନାମଲେଖା ଆବେଦନ କରିପାରିବେ।
୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥର ସ୍ପଟ୍ ଆଡ଼ମିଶନରେ ସ୍ୱଚ୍ଛତା ପାଇଁ ଅନ୍ଲାଇନ୍ ଆବେଦନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୯ ଜୁଲାଇ ରୁ ଆରମ୍ଭ ହେବ ପ୍ରଥମ ବର୍ଷର ପାଠପଢା।
ତେବେ ସିଟ୍ ଅଭାବ ପାଇଁ ଭଲ କଲେଜରେ ସିଟ ମିଳିବ ନା ନାହିଁ ତାକୁ ନେଇ ଶଙ୍କାରେ ଛାତ୍ରଛାତ୍ରୀ। ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ୧୦୬ଟି ହାଇସ୍କୁଲକୁ ଦ୍ୱାଦଶ ଯାଏ ଅପ୍ ଗ୍ରେଡ କରାଯାଇଛି। ଯେଉଁଠି ୧୩ ହଜାର ସିଟ ଅଛି। ତଥାପି କିଛି ସ୍ଥାନରେ ସିଟ୍ ବଢ଼ାଇବା ପାଇଁ ଚିନ୍ତା କରାଯାଉଛି।
ସେପଟେ ଶିକ୍ଷାବିତମାନେ ପ୍ରକୃତ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅଧ୍ୟାପକ ମରୁଡି ଓ ଭିତ୍ତିଭୂମି ଅଭାବ ପାଇଁ ବିଶ୍ଵବିଦ୍ୟାଳୟଗୁଡ଼ିକର ନାକ୍ ମାନ୍ୟତା କମିବା ଚିନ୍ତାଜନକ ବୋଲି ସେମାନେ କହିଛନ୍ତି। ସରକାର ଏସବୁ ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା ସେମାନେ ମତ ବାଢ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/student_1685030603.jpg)