ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳ ଘୋଷଣା କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।
ଚଳିତ ବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦ ଜଣ ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ ୯୧,୩୭୯ ଓ ବାଣିଜ୍ୟରେ ୨୩,୧୪୮ ଜଣ ପରୀକ୍ଷା ଦେଇଥିଲେ। ସେହିପରି ଯୁକ୍ତ ଦୁଇ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କଳା ଓ ଧନ୍ଦାମୂଳକ ପରୀକ୍ଷାର ଫଳ ପରେ ପ୍ରକାଶ ପାଇବ।
ଏହା ପୂର୍ବରୁ ମେ’ ୧୮ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ୯୬.୪ % ଛାତ୍ରଛାତ୍ରୀ ପାସ୍ କରିଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Miscellaneous
ନବୀନ ନିବାସ ଆଗ ରାସ୍ତାରୁ ହଟିବ ଅବରୋଧ?
ପୋଖରୀପୁଟରୁ ପୂନାମା ଗେଟ୍ ଓ ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଚଉଡ଼ା ହେଉଛି। ଏଥିପାଇଁ ଏବେ ଏୟାରପୋର୍ଟକୁ ଲାଗିଥିବା ଅବରୋଧଗୁଡ଼ିକୁ ହଟାଯାଉଛି।
Miscellaneous
ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ
ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଉପକାର ପାଇବେ।
Weather
୧୪ରୁ ରାଜ୍ୟର ଏହି ସବୁ ସ୍ଥାନରେ ହୋଇପାରେ ବର୍ଷା
ଆଗାମୀ ଦୁଇ-ତିନି ଦିନ ସର୍ବାଧିକ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ବୃଦ୍ଧି ହେବ।
Miscellaneous
ମଙ୍ଗଳବାରଠାରୁ ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ
ସପ୍ତାହକୁ ୬ ଦିନ ଏହା ଚାଲିବ। କେବଳ ଶନିବାର ଏହା ଯାତ୍ରା କରିବ ନାହିଁ।