Advertisment

RD ହଷ୍ଟେଲ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ପ୍ରଜ୍ଞା ମହାନ୍ତି +୨ ଦ୍ୱିତୀୟ ବର୍ଷ କଳାର ଛାତ୍ରୀ। ସେ ହଷ୍ଟେଲ୍‌ରେ ରହି ପାଠ ପଢ଼ୁଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ୍‌ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। କଲେଜ କର୍ତ୍ତୃପକ୍ଷ ଏନେଇ କମିଶନରେଟ୍‌ ପୁଲିସ୍‌ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ।

author-image
Manoranjan Sial
Suicide

Suicide

ଆତ୍ମହତ୍ୟା ସହର ପାଲଟିଲାଣି ରାଜଧାନୀ ଭୁବନେଶ୍ୱର! ଆଜି ପୁଣି ଜଣେ ଛାତ୍ରୀ ପଙ୍ଖାରେ ଝୁଲି ପଡ଼ିଛି। ରମାଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲ +୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ ମୃତଦେହ ପାଖରେ ଗୋଟିଏ ମୃତଦେହ ଜବତ କରି ତଦନ୍ତ କରୁଥିବା ଜଣାପଡ଼ୁଛି।

Advertisment

ପ୍ରଜ୍ଞା ମହାନ୍ତି +୨ ଦ୍ୱିତୀୟ ବର୍ଷ କଳାର ଛାତ୍ରୀ। ସେ ହଷ୍ଟେଲ୍‌ରେ ରହି ପାଠ ପଢ଼ୁଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ୍‌ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। କଲେଜ କର୍ତ୍ତୃପକ୍ଷ ଏନେଇ କମିଶନରେଟ୍‌ ପୁଲିସ୍‌ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ହଷ୍ଟେଲ୍‌ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଛାନଭିନ୍‌ ପରେ ମୃତଦେହ ପାଖରୁ ଗୋଟିଏ ସାଇସାଇଡ୍‌ ନୋଟ୍‌ ମିଳିଥିବା ଚର୍ଚ୍ଚା ହେଉଛି। ମାନସିକ ଚାପ ଯୋଗୁ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ କେଉଁ ପ୍ରକାର ମାନସିକ ଚାପରେ ପ୍ରଜ୍ଞା ଥିଲେ? ତାହା ସୁଇସାଇଡ୍‌ ଚିଠିରେ ଉଲ୍ଲେଖ ନାହିଁ।

ଅନ୍ୟପକ୍ଷରେ ମୃତଦେହ ପାଖରୁ ମିଳିଥିବା ସୁଇସାଇଡ୍‌ ଚିଠିଟି ପ୍ରଜ୍ଞାଙ୍କର କି ନୁହେଁ, ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ସୁଇସାଇଡ୍‌କୁ ଜବତ କରି ଖୋଳତାଡ କରୁଛି। ସେପଟେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ପହଞ୍ଚିଛନ୍ତି ପରିବାର ଲୋକ। ପୁଲିସ୍‌ ତଦନ୍ତ କରୁଥିବାରୁ ପରିବାର ଲୋକଙ୍କୁ ଭିତରକୁ ଛଡ଼ା ଯାଉନଥିବା ଅଭିଯୋଗ ହେଉଛି।

Advertisment
Bhubaneswar Bhubaneswar News