ପିଏମ୍ ଆବାସ ଘର: ୬ମାସ ପକାଇ ରଖିଥିଲେ, ୱାର୍କ ଅର୍ଡର ବାଂଟିବାକୁ ଦେଲେ ନିର୍ଦ୍ଦେଶ; ଜୁନରୁ ମିଳିବ

ଗତ ପ୍ରାୟ ୫ମାସ ଧରି ପକାଇ ରଖିବା ପରେ ଶେଷରେ ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ଚୟନ ହୋଇଥିବା ଗ୍ରାମାଂଚଳର ଯୋଗ୍ୟ ହିତାଧିକାରୀଙ୍କୁ ୱାର୍କ ଅର୍ଡର(କାର୍ଯ୍ୟାଦେଶ) ଦେବା ପାଇଁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

PMAY PhotoOR

representational image

Ordigital Desk
  • Published: Tuesday, 30 May 2023
  • Updated: 30 May 2023, 09:51 PM IST

Sports

Latest News

ଗତ ପ୍ରାୟ ୫ମାସ ଧରି ପକାଇ ରଖିବା ପରେ ଶେଷରେ ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ଚୟନ ହୋଇଥିବା ଗ୍ରାମାଂଚଳର ଯୋଗ୍ୟ ହିତାଧିକାରୀଙ୍କୁ ୱାର୍କ ଅର୍ଡର(କାର୍ଯ୍ୟାଦେଶ) ଦେବା ପାଇଁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଅନଲାଇନରେ ନିଜର ୱାର୍କ ଅର୍ଡର ପାଇବେ ଓ ଘର ନିର୍ମାଣ ୪ରୁ ୬ମାସ ମଧ୍ୟରେ ଶେଷ କଲେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୧୦ରୁ ୨୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେବେ । ତେବେ ହିତାଧିକାରୀଙ୍କୁ ଆବାସ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଜାରି କରିବା ପୂର୍ବରୁ ସେମାନଙ୍କ ଯୋଗ୍ୟତାକୁ ଆଉ ଥରେ ଯାଂଚ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ‘ମୋ ଘର’ ନାଁରେ ନୂଆ ଯୋଜନା ଆରମ୍ଭ କରିଥିବା ରାଜ୍ୟ ସରକାର ଗତ ଜାନୁୟାରୀ ମାସରେ ଚିହ୍ନଟ ହୋଇଥିବା ‘ପ୍ରଧାନମନ୍ତ୍ରୀ ଆବାସ’ ଘରର ୯ଲକ୍ଷ ୫୯ହଜାର ୫୧୮ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଜାରି କରିବା ନିମନ୍ତେ ଆଜି ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମାଂଚଳ) ଯୋଜନାରେ ଗତ ୨୦୨୩ ଜାନୁୟାରୀ ମାସରେ ଚିହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଜାରି କରିବା ନିମନ୍ତେ ସମସ୍ତ  ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଓ ବିଡିଓଙ୍କୁ ଆଜି ଚିଠି ଲେଖି ପଂଚାୟତିରାଜ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି ।  ସତର୍କତାର ସହ ବିଚାରବିମର୍ଶ କରିବା ପରେ ରାଜ୍ୟ ସରକାର ଯୋଗ୍ୟ ପରିବାରକୁ ଏହି ଗୃହ ନିର୍ମାଣ କାର୍ଯ୍ୟାଦେଶ ଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି କାର୍ଯ୍ୟାଦେଶ ଜାରି କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମାଂଚଳ) ଗାଇଡଲାଇନ ଅନୁସାରେ ସମ୍ପୃକ୍ତ ହିତାଧିକାରୀ ଯୋଗ୍ୟ ବିବେଚିତ ହେଉଛନ୍ତି କି ନାହିଁ ତାହା ଯାଂଚ କରିବାକୁ କୁହାଯାଇଛି । ଯାହାଫଳରେ କୌଣସି ଅଯୋଗ୍ୟ ହିତାଧିକାରୀ ଏହି ଘର ପାଇବାରେ ସକ୍ଷମ ହେବେ ନାହିଁ । ଯୋଗ୍ୟ ହିତାଧିକାରୀଙ୍କୁ ଅନଲାଇନ୍ ମାଧ୍ୟମରେ ୱାର୍କ ଅର୍ଡର ଯୋଗାଇ ଦିଆଯିବ ।

Also Read

ହିତାଧିକାରୀଙ୍କ ପଞ୍ଜିକୃତ ସ୍ମାର୍ଟ ମୋବାଇଲ ଫୋନକୁ ଏକ ଲିଙ୍କ୍ ପଠାଯିବ ଯେଉଁଥିରେ ତାଙ୍କର ୱାର୍କ ଅର୍ଡର ମିଳିପାରିବ । ସେହିପରି ହିତାଧିକାରୀ ଚାହିଁଲେ ରାଜ୍ୟ ସରକାରଙ୍କ ଗ୍ର୍ରାମାଂଚଳ ଗୃହନିର୍ମାଣ ପୋର୍ଟାଲକୁ ଯାଇ ନିଜର ପଞ୍ଜିକୃତ ମୋବାଇଲ ନମ୍ବର ଓ ଆଧାର ନମ୍ବର ମାଧ୍ୟମରେ ଏହି ୱାର୍କ ଅର୍ଡରକୁ ଡାଉନଲୋଡ୍ କରିପାରିବେ । ମୋ’ ସେବା କେନ୍ଦ୍ରରେ ମଧ୍ୟ ଏହି ୱାର୍କ ଅର୍ଡରକୁ ହିତାଧିକାରୀ ଡାଉନଲୋଡ୍ କରିବାର ସୁବିଧା ପାଇବେ । ୱାର୍କ ଅର୍ଡର ପାଇବା ପରେ  ହିତାଧିକାରୀ କିଭଳି ତ୍ୱରିତ୍ ଘର ନିର୍ମାଣ କାର୍ଯ୍ୟ ଶେଷ କରିବେ ତାହା ସେହି ଗୃହ ନିର୍ମାଣ ଦାୟିତ୍ୱରେ ଥିବା ତୃଣମୂଳସ୍ତରର ଅଧିକାରୀ ସୁନିଶ୍ଚିତ କରାଇବେ । କୌଣସି ଯୋଗ୍ୟ ହିତାଧିକାରୀ ଗୃହ ନିର୍ମାଣ ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ହଇରାଣ ହେବେ ନାହିଁ ଓ ସରକାର ଦୁର୍ନୀତିକୁ ନେଇ ଜିରୋ ଟଲେରାନ୍ସ ନୀତି ଆପଣାଉଥିବାରୁ କୌଣସି ତୃଣମୂଳସ୍ତରର ଅଫିସର ଯେପରି ଏସବୁରେ ଲିପ୍ତ ନହେବେ ସେ ନେଇ ସରକାରୀ ଅଫିସରମାନଙ୍କୁ ସଚେତନ କରାଇବାକୁ କୁହାଯାଇଛି ।

ରାଜ୍ୟ ସରକାର ଗ୍ରାମାଂଚଳ ଗୃହ ନିର୍ମାଣ ପାଇଁ ଯୋଗାଉଥିବା ପ୍ରୋତ୍ସାହନ ରାଶିକୁ ଜାରି ôରଖବେ । ଯେଉଁ ହିତାଧିକାରୀ କାର୍ଯ୍ୟାଦେଶ ପାଇବାର ୪ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବେ ତାଙ୍କୁ ଅତିରିକ୍ତ ୨୦ହଜାର ଟଙ୍କା ଓ ୬ମାସ ମଧ୍ୟରେ ନିର୍ମାଣ ଶେଷ କଲେ ଅତିରିକ୍ତ ୧୦ହଜାର ଟଙ୍କା ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଯୋଗାଇ ଦେବେ । ଏହାସହିତ ଗୃହ ନିର୍ମାଣର ତଦାରଖ ଦାୟିତ୍ୱରେ ଥିବା ଅଫିସରମାନଙ୍କୁ ପୂର୍ବଭଳି ପ୍ରୋତ୍ସାହନ ରାଶି ମିଳିବ ବୋଲି ଶ୍ରୀ ଲୋହାନୀ ସ୍ପଷ୍ଟ କରିଛନ୍ତି ।  ହିତାଧିକାରୀ ଚୟନ ନିମନ୍ତେ ଉଦ୍ଦିଷ୍ଟ ଗାଇଡଲାଇନକୁ ପୁଣିଥରେ ପଠାଇ ଯୋଗ୍ୟ ହିତାଧିକାରୀ ଚୟନ ଉପରେ ଗୁରୁତ୍ୱ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମାଂଚଳ)ରେ ମୋଟ ୧୩ଲକ୍ଷ ୭୮ହଜାର ୨୪୯ଜଣ ହିତାଧିକାରୀ ଘର ପାଇବା ନିମନ୍ତେ ଆବେଦନ କରିଥିଲେ । ମାତ୍ର ଯାଂଚ ପରେ ସରକାର ୩ଲକ୍ଷ ୨୧ହଜାର ୬୧୦ଜଣଙ୍କ ଅଯୋଗ୍ୟ ଆବେଦନକାରୀଙ୍କୁ ବାଦ୍ ଦେଇଥିଲେ । ପରେ ସେଥିରୁ ୯ଲକ୍ଷ ୫୯ହଜାର ୫୧୮ଜଣଙ୍କୁ ଚିହ୍ନଟ କରି ସେମାନଙ୍କୁ ଘର ନିର୍ମାଣ ପାଇଁ ୱାର୍କ ଅର୍ଡର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମାଂଚଳ)ରେ ମୋଦି ସରକାର ଓଡ଼ିଶାକୁ ୨୬.୫୧ଲକ୍ଷ ଘର ମଞ୍ଜୁର କରିସାରିଥିବାବେଳେ ୧୭.୧୪ଲକ୍ଷ ଗୃହ ନିର୍ମାଣ ଶେଷ ହୋଇସାରିଛି । ପ୍ରାୟ ବର୍ଷେ ପୂର୍ବରୁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ଲକ୍ଷ ୫୯ହଜାର ୫୧୮ଟି ଘର ନିମନ୍ତେ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବାରେ ରାଜ୍ୟ ସରକାର ଟାଳଟୂଳ ନୀତି ଅବଲମ୍ବନ କରିବା ଓ କାର୍ଯ୍ୟାଦେଶ ବଂଟନରେ ବିଳମ୍ବ କରୁଥିବାରୁୁ କେନ୍ଦ୍ର ସରକାର ୩ଥର ତାଗିଦ୍ ମଧ୍ୟ କରିସାରିଛନ୍ତି । ଏହାସହିତ ଜୁନ୍ ମାସ ସୁଦ୍ଧା ନିଶ୍ଚିତ ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ୱାର୍କ ଅର୍ଡର ଦେବାକୁ କଡ଼ା ତାଗିଦ୍ କରିବା ପରେ ରାଜ୍ୟ ସରକାର ଆଜି ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜୁନ୍ ମାସରେ ଏହି ୱାର୍କ ଅର୍ଡର ରାଜ୍ୟବ୍ୟାପୀ ବଂଟନ କରାଯିବ ବୋଲି ଜଣାପଡ଼ିଛି । ଗତ କିଛିମାସ ଧରି ରାଜ୍ୟ ବିଜେପି ‘ଆବାସ’ଘର କାହିଁକି ବଂଟନ କରାଯାଉନି ବୋଲି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଆସୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story