Advertisment

ରାଜଧାନୀରୁ ଧରା ପଡ଼ିଲା ତାମିଲନାଡୁ ଗ୍ୟାଙ୍ଗ

ତାମିଲ୍‌ ଗ୍ୟାଙ୍ଗର ଏହି ସଦସ୍ୟମାନେ ଚୋରି କରୁଥିବା ସାମଗ୍ରୀକୁ ତାମିଲ୍‌ନାଡୁ ପଠାଇ ଦେଉଥିଲେ। କଟକ ଓ ଭୁବନେଶ୍ୱରରେ ଏମାନେ କଳାକନା ବୁଲାଉଥିଲେ। ସାଧାରଣତଃ ଏମାନେ କୌଣସି ଗୋଟିଏ ସ୍ଥାନରେ ବେଶୀ ଦିନ ରୁହନ୍ତି ନାହିଁ। ସବୁବେଳେ ସହର ଭିତରେ ଘୂରି ବୁଲୁଥିଲେ।

Tamil

Tamil

Advertisment

ରାଜଧାନୀରୁ ଧରା ପଡ଼ିଲା ତାମିଲନାଡୁ ଗ୍ୟାଙ୍ଗ। ଘରକୁ ଘର ବୁଲି ଚୋଲି କରୁଥିଲେ ଚୋରି। ଆଉ ଚୋରି ସାମଗ୍ରୀକୁ ନେଇ ଚେନ୍ନାଇରେ ବିକୁଥିଲେ। ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଆଜି ତାମିଲନାଡ଼ୁ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ପୁଲିସ୍‌ ହାତରେ ଧରା ପଡ଼ିଲେ ତାମିଲନାଡୁର କେ.ବାଲାଜୀ, ଏନ୍‌.ମୁରୁଗନ୍‌ ଓ ଭି.ଗୋବିନ୍ଦ। ଏମାନେ ଦେଖିବାକୁ ଅତି ସରଳ। ସାଙ୍ଗରେ ମୂଳ, ବଧିର ସାର୍ଟିଫିକେଟ୍‌ ଓ ବିକଳାଙ୍ଗ ପିଲାଙ୍କ ଫଟୋ ଧରି ଏମାନେ ସହର ସାରା ବୁଲୁଥିଲେ। ବିଶେଷ କରି ଏମାନେ ସକାଳେ ଓ ସନ୍ଧ୍ୟା ବେଳେ ଘରକୁ ଘର ବୁଲୁଥିଲେ। ଆଉ ସମୟ ସୁବିଧା ଦେଖି ଘର ଭିତରେ ପଶି କଳାକନା ବୁଲାଇ ଦେଉଥିଲେ। ଧରା ପଡ଼ିଗଲେ ସାଙ୍ଗରେ ଧରିଥିବା ମୂଳ, ବଧିର ସାର୍ଟିଫିକେଟ୍‌ ଓ ବିକଳାଙ୍ଗ ପିଲାଙ୍କ ଫଟୋ ଦେଖାଇ ଅନାୟସ୍‌ରେ ଖସି ଯାଉଥିଲେ।

ତାମିଲ୍‌ ଗ୍ୟାଙ୍ଗର ଏହି ସଦସ୍ୟମାନେ ଚୋରି କରୁଥିବା ସାମଗ୍ରୀକୁ ତାମିଲ୍‌ନାଡୁ ପଠାଇ ଦେଉଥିଲେ। କଟକ ଓ ଭୁବନେଶ୍ୱରରେ ଏମାନେ କଳାକନା ବୁଲାଉଥିଲେ। ସାଧାରଣତଃ ଏମାନେ କୌଣସି ଗୋଟିଏ ସ୍ଥାନରେ ବେଶୀ ଦିନ ରୁହନ୍ତି ନାହିଁ। ସବୁବେଳେ ସହର ଭିତରେ ଘୂରି ବୁଲୁଥିଲେ। ତେଣୁ ପୁଲିସ ହାତରେ ସେମାନେ ଧରା ପଡ଼ୁନଥିଲେ। ଆଜି କିନ୍ତୁ ପୁଲିସ ସେମାନଙ୍କୁ ଧରିଛି। ସେମାନଙ୍କଠାରୁ ପୁଲିସ୍‌ ଚୋରି ମୋବାଇଲ୍‌, ଲାପ୍‌ଟପ୍‌ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଜବତ କରିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

Advertisment
Bhubaneswar Crime Story Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe