Advertisment

କୋଲକାତାରୁ ଧରା ପଡ଼ିଲେ ଦୁଇ ସାଇବର ଠକ, ମୁଖ୍ୟ ଅଭିଯୁକ୍ତ ଫେରାର

ଚାକିରି ପାଇବା ପାଇଁ ଜଣେ ମହିଳା ନୌକରୀ ଡଟ୍‌ କମ୍‌ରେ ଆବେଦନ କରିଥିଲେ। କିନ୍ତୁ କୌଣସି କଲ୍‌ ଆସିନଥିଲା। ତେଣୁ ମହିଳା ଜଣକ ଗୁଗଲ୍‌ରୁ ନୌକରୀ ଡଟ୍‌ କମ୍‌ର ହେଲ୍‌ପ ଲାଇନ୍‌ ନମ୍ୱର ଖୋଜି ପାଇଥିଲେ।

ଅଦ୍ୟତନ ହୋଇଛି
Cyber Fraud

Kolkata

Advertisment

ବନ୍ଧା ହେଲେ ଦୁଇ ସାଇବର ଠକ। ସେମାନେ ଚାକିରି ଦେବା ନାଁ ଅନ୍‌ଲାଇନ୍‌ରେ କରୁଥିଲେ ଠକେଇ। ଭୁବନେଶ୍ୱର ସାଇବର ଥାନା ପୁଲିସ୍‌ ଦୁଇ ଠକଙ୍କୁ କୋଲକାତାରୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ କୋଲକାତାରେ ବିଭିନ୍ନ ସହରରେ ଘୂରି ବୁଲୁଛି ସାଇବର ଥାନା ପୁଲିସ୍‌।

Advertisment

ଚାକିରି ପାଇବା ପାଇଁ ଜଣେ ମହିଳା ନୌକରୀ ଡଟ୍‌ କମ୍‌ରେ ଆବେଦନ କରିଥିଲେ। କିନ୍ତୁ କୌଣସି କଲ୍‌ ଆସିନଥିଲା। ତେଣୁ ମହିଳା ଜଣକ ଗୁଗଲ୍‌ରୁ ନୌକରୀ ଡଟ୍‌ କମ୍‌ର ହେଲ୍‌ପ ଲାଇନ୍‌ ନମ୍ୱର ଖୋଜି ପାଇଥିଲେ। ପରେ ସେ ସେହି ନମ୍ୱରରେ ଫୋନ୍‌ କରିଥିଲେ। କଲ୍‌ ରିସିଭ କରିଥିବା ବ୍ୟକ୍ତି ନିଜକୁ ନୌକରୀ ଡଟ୍‌ କମ୍‌ର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପରେ ସେ ଆଉ ଜଣଙ୍କ ମୋବାଇଲ୍‌ ନମ୍ୱର ଦେଇଥିଲେ।

ମହିଳା ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍‌ କରିଥିଲେ। ବ୍ୟକ୍ତି ଜଣକ ଫୋନ୍‌ ଉଠାଇ ନିଜକୁ ଆମାଜନ୍‌ରେ କାମ କରୁଥିବାର ପରିଚୟ ଦେଇଥିଲେ। କଥାବାର୍ତ୍ତା ଛଳରେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ବିଜ୍‌ନେସ୍‌ ଆଇଡିଆ ଦେଇଥିଲେ। ଘରେ ବସି ଅନ୍‌ଲାଇନ୍‌ରେ ମାର୍କେଟିଂ କଲେ ଭଲ ରୋଜଗାର ହେବ ବୋଲି ବ୍ୟକ୍ତି ଜଣକ କହିଥିଲେ। ତାଙ୍କ ପରାମର୍ଶ କ୍ରମେ ମହିଳା ଜଣକ ଅନ୍‌ଲାଇନ୍‌ ମାର୍କେଟିଂ କରିବା ପାଇଁ ରାଜି ହୋଇଥିଲେ। ତା’ପରେ ସେ ପଠାଇଥିବା ଲିଙ୍କରେ ରେଜିଷ୍ଟ୍ରେସନ୍‌ କରିଥିଲେ। ଆଉ ତା’ପରେ ମହିଳା ଜଣକ ମାର୍କେଟିଂ ଆରମ୍ଭ କରିଥିଲେ। ବିଜନେସ୍‌ରେ ଭଲ ଲାଭ ମଧ୍ୟ ମିଳୁଥିଲା। ସେଥିପାଇଁ ଅଧିକ ଟଙ୍କା ଇନ୍‌ଭେଷ୍ଟମେଣ୍ଟ କରିଥିଲେ। ମାର୍କେଟିଂରୁ ମିଳିଥିଲା ଟଙ୍କା ଓ ବୋନ୍‌ସକୁ ମିଶାଇ ୧୪ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା। ସେହି ଟଙ୍କା ଇ-ୱାଲେଟ୍‌ରେ ରହିଥିଲା।

Advertisment

ଦୁଇ ମାସ ତଳେ ମହିଳା ଜଣଙ୍କ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଇଥିଲେ। ମାତ୍ର ଟଙ୍କା ଉଠାଇ ପାରିନଥିଲେ। ପରେ ସେ ସମ୍ପୃକ୍ତ ବ୍ୟକ୍ତି(ଯିଏ ନିଜକୁ ଆମାଜନର କର୍ମଚାରୀ)ଙ୍କୁ ଫୋନ୍‌ କରିଥିଲେ। ସେ କହିଥିଲେ ୬.୫ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କଲେ ଟଙ୍କା ଉଠାଇ ପାରିବେ। ଏହା ପରେ ମହିଳା ଜଣକ ୬.୫ ଲକ୍ଷ ଟଙ୍କା ଜମା କରିଥିଲେ। ଏହା ସତ୍ତ୍ୱେ ସେ ଟଙ୍କା ଉଠାଇ ପାରିନଥିଲେ। ପରେ ଆଉ ଥରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ମହିଳା ଜଣକ ଫୋନ୍‌ କରିଥିଲେ। ସେ ଫୋନ୍‌ ରିସିଭ କରି ଜିଏସ୍‌ଟି ବାବଦକୁ ଆଉ ୬.୫ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ।

ଇ-ୱାଲେଟ୍‌ରେ ଥିବା ୧୪ ଲକ୍ଷ ଟଙ୍କା ପାଇବା ପାଇଁ ମହିଳା ଜଣକ ବାଧ୍ୟହୋଇ ଆଉ ୬.୫ ଲକ୍ଷ ଟଙ୍କା ଜମା କରିଥିଲେ। ଏହା ପରେ ମହିଳାଙ୍କ ମୋବାଇଲ୍‌ରୁ ହ୍ୱାଟ୍ସଆପ୍‌ ନମ୍ୱର ଡିଲିଟ୍‌ ହୋଇଯାଇଥିଲା। ଏପରି କଥା ହେଉଥିବା ମୋବାଇଲ୍‌ ନମ୍ୱରଟି ବ୍ଲକ ହୋଇଯାଇଥିଲା। ଏହା ପରେ ସେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ କୋଲକାତାରୁ ଲିଙ୍କ ମିଳିଥିଲା। ଏହା ପରେ ସାଇବର ଥାନା ପୁଲିସ କୋଲକାତା ଯାଇଥିଲା। ସେଠାରେ ଆନନ୍ଦ ରୋହିଦାସ ଓ ସୌକତ ପାଲଙ୍କୁ ଗିରଫ କରିଥିଲା। ସେମାନଙ୍କ ୪ଟି ଆକାଉଣ୍ଟରେ ଥିବା ୪ ଲକ୍ଷ ଟଙ୍କାକୁ ଫ୍ରିଜ୍‌ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ରାଜୁ ଦତ୍ତା ଫେରାର ହୋଇଯାଇଛି। ତାକୁ ଗିରଫ କରିବା ପାଇଁ କୋଲକାତା ପୁଲିସ୍‌ ସହାୟତାରେ ଓଡ଼ିଶା ସାଇବର ଥାନା ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ବୋଲି ଭୁବନେଶ୍ୱର ଜୋନ୍‌-୫ ଏସିପି ସଞ୍ଜୀବ ଶନତପଥୀ କହିଛନ୍ତି।

Cyber Attack Cyber Crime Cyber Fraud Cyber Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe