Advertisment

ଏମ୍‌ସରୁ ଧରାପଡ଼ିଲେ ଦୁଇ ବଙ୍ଗୀୟ ଦଲାଲ୍‌; ୧୦ ହଜାର ଟଙ୍କାରେ ବିକୁଥିଲେ ଟୋକନ୍‌!

ଗୁରୁବାର ସକାଳେ ଅମିତ ପ୍ରତିହାରୀ ଓ ଗୋପାଳ ଭଟ୍ଟ ଲାଇନ୍‌ରେ ଛିଡ଼ା ହୋଇଥିଲେ। ସେମାନେ ଗୋଟିଏ ଲାଇନ୍‌ରେ ଟୋକନ୍‌ ହାତେଇବା ପରେ ଅନ୍ୟ ଲାଇନ୍‌କୁ ଯାଉଥିବା ବେଳେ ପୁଲିସ୍‌ ମାଡ଼ି ବସିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
AIIMS

AIIMS

ଭୁବନେଶ୍ୱର ଏମ୍‌ସରେ ମାତିଛନ୍ତି ବଙ୍ଗୀୟ ଦଲାଲ୍‌। ସକାଳେ ଏମ୍‌ସ ଟୋକଟ୍‌ କାଉଣ୍ଟରରେ ଛିଡ଼ା ହୋଇ ଟୋକନ୍‌ ହାତଉଛନ୍ତି। ଆଉ ସେହି ଟୋକନକୁ ପଶ୍ଚିମବଙ୍ଗରୁ ଆସୁଥିବା ରୋଗୀଙ୍କୁ ଦୁଇ ହଜାରରୁ ୧୦ ହଜାର ଟଙ୍କାରେ ଟୋକନ୍‌ ବିକୁଛନ୍ତି। ଆଜି ଏହି ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। କମିଶନରେଟ୍‌ ଦୁଇ ବଙ୍ଗୀୟ ଦଲାଲଙ୍କୁ ଏମ୍‌ସ କ୍ୟାମ୍ପରୁ ଧରିଛି।

Advertisment

ପଶ୍ଚିମବଙ୍ଗ ରାଜ୍ୟର ପଶ୍ଚିମ ମେଦନାପୁର ଅଞ୍ଚଳର ଅମିତ ପ୍ରତିହାରୀ ଓ ଗୋପାଳ ଭଟ୍ଟ ମାସେ ହେଲା ଏମ୍‌ସ ପାଖରେ ଘର ଭଡ଼ା ନେଇ ରହୁଥିଲେ। ସେମାନେ ପ୍ରତିଦିନ ସକାଳେ ଲାଇନ୍‌ରେ ଛିଡ଼ା ହୋଇ ବିଭିନ୍ନ ବିଭାଗର ଟୋକନ କାଟୁଥିଲେ। ପରେ ସେହି ଟୋକନକୁ ଉଚ୍ଚା ଦରରେ ରାଜ୍ୟ ବାହାରୁ ଅର୍ଥାତ ପଶ୍ଚିମବଙ୍ଗରୁ ଆସୁଥିବା ରୋଗୀଙ୍କୁ ବିକୁ ଥିଲେ। ୨୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ଭିତରେ ଟୋକନ ବିକୁଥିଲେ। ଏହାଛଡ଼ା ମୋବାଇଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରି ଟୋକନ୍‌ କାଟି ବିକ୍ରି କରୁଥିଲେ।

ଦଲାଲ ଅମିତ ପ୍ରତିହାରୀ ଓ ଗୋପାଳ ଭଟ୍ଟଙ୍କ ଏପରି କାର୍ଯ୍ୟ ଜାଣିପାରିଥିଲା ଏମ୍‌ସ ସୁରକ୍ଷା କର୍ମୀ। ଏନେଇ କମିଶନରେଟ୍‌ ପୁଲିସ୍‌ ଖବର ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତିକରି ଖଣ୍ଡଗିରି ଥାନା ଆଇଆଇସିଙ୍କ ନେନୃତ୍ୱରେ ଏକ ଟିମ୍‌ ଗଠନ କରିଥିଲା କମିଶନରେଟ୍‌ ପୁଲିସ୍‌। ପରେ ଟିମ୍‌ ସଦସ୍ୟମାନେ ସାଦା ପୋଷାକରେ ଏମ୍‌ସ ଟୋକନ୍‌ କାଉଣ୍ଟର ଓ କ୍ୟାମ୍ପସରେ ଚକ୍କର କାଟୁଥିଲେ। ସେହି ସମୟରେ ପୁଲିସର ନଜରକୁ ଆସିଥିଲେ ଅମିତ ଓ ଗୋପାଳ। ସେମାନେ ନିୟମିତ ଟୋକନ୍‌ କାଉଣ୍ଟରରେ ଛିଡ଼ା ହେଉଥିବା ଦେଖିବାକୁ ମିଳିଥିଲେ। ଏହା ପରେ ପୁଲିସ୍‌ ସେମାନଙ୍କ ମୋବାଇଲ ନମ୍ୱାର ହାତେଇ ସିଡିଆର୍‌ ରେକର୍ଡ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେମାନଙ୍କ ଲୋକେସନ୍‌ ସବୁବେଳେ ଏମ୍‌ସ କ୍ୟାମ୍ପସ ଭିତରେ ଥିବା ଦେଖିବାକୁ ମିଳିଥିଲା।

Advertisment

ଗୁରୁବାର ସକାଳେ ଅମିତ ପ୍ରତିହାରୀ ଓ ଗୋପାଳ ଭଟ୍ଟ ଲାଇନ୍‌ରେ ଛିଡ଼ା ହୋଇଥିଲେ। ସେମାନେ ଗୋଟିଏ ଲାଇନ୍‌ରେ ଟୋକନ୍‌ ହାତେଇବା ପରେ ଅନ୍ୟ ଲାଇନ୍‌କୁ ଯାଉଥିବା ବେଳେ ପୁଲିସ୍‌ ମାଡ଼ି ବସିଥିଲା। ଜେରା ବେଳେ ସେମାନେ ପୂରା ଘଟଣା କହିଥିଲେ। ଟୋକନ୍‌କୁ ୨୦୦୦, ୩୦୦୦, ୫୦୦୦ ଓ ୧୦ ହଜାର ଟଙ୍କାରେ ବିକ୍ରି କରୁଥିବା ସ୍ୱୀକାର କରିଥିଲେ। ଏହା ପରେ ପୁଲିସ୍‌ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବରୁ ଏମ୍‌ସରୁ ୮ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌।

Bhubaneswar Bhubaneswar News AIIMS Bhubaneswar Aiims