Advertisment

୫ ଲକ୍ଷରେ କନଷ୍ଟେବଲ, ୧୦ ଲକ୍ଷରେ ସବ୍‌ଇନ୍ସପେକ୍ଟର ଚାକିରି; ମହାଠକ ଗିରଫ

ମୟୂରଭଞ୍ଜର ଜିଲ୍ଲାର ଦେବବ୍ରତ ପଲେଇ ମଞ୍ଚେଶ୍ୱରରେ D2S ସଲ୍ୟୁସନ୍‌ ଅଫିସ୍‌ ଖୋଲିଥିଲା। ମେଡ଼ିକାଲ୍‌, ଥାନା, ହସ୍ପିଟାଲ୍‌ରେ ଚାକିରି ଦେବା ପାଇଁ ବିଜ୍ଞାପନ ଦେଉଥିଲା। ଆଉ ସେହି ବିଜ୍ଞାପନ ଦେଖି ଅନୁଗୋଳ ଜିଲ୍ଲାର ବଳରାମ ପ୍ରଧାନ କନ୍‌ଷ୍ଟେବଲ୍‌ ଚାକିରି ପାଇଁ ଆବେଦନ କରିଥିଲେ।

author-image
Manoranjan Sial
Police

Police

ପାଞ୍ଚ ଲକ୍ଷ ଦେଲେ କନଷ୍ଟେବଲ ଓ ୧୦ ଲକ୍ଷ ଟଙ୍କା ଦେଲେ ମିଳୁଥିଲା ସବ୍‌ଇନ୍ସପେକ୍ଟର ଚାକିରି। ଏପରି ଲୋଭନୀୟ ଅଫର ଦେଇ ଠକୁଥିବା ମହାଠକ ଦେବବ୍ରତ ପଲେଇକୁ ଆଜି କମିଶନରେଟ୍‌ ପୁଲିସ୍‌ ଗିରଫ କରିଛି। ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସପ୍ତଶତୀ ବିହାରରୁ ମହାଠକକୁ ଗିରଫ କରିଛି ପୁଲିସ୍‌। ଏଥିସହ ଠକେଇ ଅର୍ଥରେ କିଣିଥିବା ଦାମୀ କାର ଓ ଗୋଟିଏ ବାଇକ୍‌ ଜବତ କରିଛି ପୁଲିସ୍‌। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ।

Advertisment

ମୟୂରଭଞ୍ଜର ଜିଲ୍ଲାର ଦେବବ୍ରତ ପଲେଇ ମଞ୍ଚେଶ୍ୱରରେ D2S ସଲ୍ୟୁସନ୍‌ ଅଫିସ୍‌ ଖୋଲିଥିଲା। ମେଡ଼ିକାଲ୍‌, ଥାନା, ହସ୍ପିଟାଲ୍‌ରେ ଚାକିରି ଦେବା ପାଇଁ ବିଜ୍ଞାପନ ଦେଉଥିଲା। ଆଉ ସେହି ବିଜ୍ଞାପନ ଦେଖି ଅନୁଗୋଳ ଜିଲ୍ଲାର ବଳରାମ ପ୍ରଧାନ କନ୍‌ଷ୍ଟେବଲ୍‌ ଚାକିରି ପାଇଁ ଆବେଦନ କରିଥିଲେ। ଏଥିସହ ଦେବବ୍ରତଙ୍କ ସହ ଯୋଗାଯୋଗ କରିଥିଲେ। କଥାବାର୍ତ୍ତା ବେଳେ କନ୍‌ଷ୍ଟେବଳ ଚାକିରି ପାଇଁ ଅଢ଼େ ଲକ୍ଷ ଟଙ୍କା ଦେବାକୁ ଦେବବ୍ରତ କହିଥିଲା। ଧାର ଉଧାର କରି ବଳରାମ ଅଢ଼େଇ ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ବଳରାମଙ୍କ ପରାମର୍ଶରେ ତାଙ୍କ ଗାଁରୁ କିଛି ପିଲା କନ୍‌ଷ୍ଟେବଲ ଚାକିରି ପାଇଁ ମଧ୍ୟ ଟଙ୍କା ଦେଇଥିଲେ। ମୋଟ୍‌ ୧୩ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି।

ତେବେ ଏପ୍ରିଲ୍‌ ମାସରେ କନ୍‌ଷ୍ଟେବଲ ନିଯୁକ୍ତି ପାଇଁ ରେଜଲ୍ଟ ବାହାରିଥିଲା। ସେଥିରେ ବଳରାମ ଓ ତାଙ୍କ ଗାଁରେ ଟଙ୍କା ଦେଇଥିବା ଆଶାୟୀଙ୍କ ନାଁ ନଥିଲା। ତେଣୁ ସେମାନେ ଏ ସମ୍ପର୍କରେ ଦେବବ୍ରତଙ୍କୁ ପଚାରି ଥିଲେ। ଚତୁର ଦେବବ୍ରତ ରେଜଲ୍‌ଟ ଇଥେଲଡ୍‌ ହୋଇଥିବା କହିଥିଲା। ରେଜଲ୍ଟ ପବ୍ଲିସ୍‌ କରିବା ପାଇଁ ଆଉ ୫୦ ହଜାର ଟଙ୍କା ଦରକାର ବୋଲି କହିଥିଲା। ଏହା ପରେ ବଳରାମ ଓ ତାଙ୍କ ଗାଁର ଆଶାୟୀଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ। ଆଉ ଜାଣିବାକୁ ପାଇଥିଲେ, ସେମାନେ ଠକେଇରେ ଶିକାର ହୋଇଛନ୍ତି ବୋଲି।

Advertisment

ଏନେଇ ବଳରାମ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ମଞ୍ଚେଶ୍ୱର ସପ୍ତଶତୀ ବିହାରରେ ରହିଥିବା D2S ସଲ୍ୟୁସନ୍‌ ଅଫିସ୍‌ରେ ଚଢ଼ଉ କରିଥିଲା। ମହାଠକେଇ ସର୍ଦ୍ଦାର ଦେବବ୍ରତ ପଲେଇଙ୍କୁ ପୁଲିସ୍‌ ଗିରଫ କରିବା ସହିତ ବହୁ ଆଶାୟୀଙ୍କ ବାୟୋଡାଟା, ମହିନ୍ଦ୍ରା ର୍ଥର, ଦାମୀ ବାଇକ୍‌, ଚେକବୁକ, ଆଇ କାର୍ଡ, ଲାପଟପ୍‌, ହାର୍ଡ ଡିକ୍ସ ଆଦି ଜବତ କରିଛି। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ।

ଏସିପି ସଞ୍ଜୀବ ଶତପଥୀଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଦେବବ୍ରତ ହେଉଛି ଜଣେ ପେଶାଦାର ଠକ। ଚାକିରି ଦେବାକୁ କହି ଲୋକଙ୍କୁ ଠକୁଥିଲା। ଏହି ଠକାମୀରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

Bhubaneswar Bhubaneswar News Crime Fraud Angul Mayurbhanj