Advertisment

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନ୍‌ ଚିଟ୍

ତଦନ୍ତ ବେଳେ ମିଳିଥିବା ସମସ୍ତ ପ୍ରମାଣ ସହିତ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆଧାରରେ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କହିଛି ପୁଲିସ୍।

ଅଦ୍ୟତନ ହୋଇଛି
Birendra Lakra

Birendra Lakra

Advertisment

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହକି ଷ୍ଟାର ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦେଇଛି କମିଶନରେଟ ପୁଲିସ୍। ଏହା ସହିତ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କହିଛି ପୁଲିସ୍। ତଦନ୍ତ ବେଳେ ମିଳିଥିବା ସମସ୍ତ ପ୍ରମାଣ ସହିତ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆଧାରରେ ଏହାକୁ ଆତ୍ମହତ୍ୟା କହିଛି ପୁଲିସ୍। ଆନନ୍ଦ ଟପ୍ପୋ ବେକରେ ଫାଶୀ ଦେଇ ଝୁଲିପଡ଼ିଥିଲେ ବୋଲି ପୁଲିସ୍ କହିଛନ୍ତି। ଏହି ମାମଲାରେ ଆଜି ପୁଲିସ୍ ପକ୍ଷରୁ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରାଯାଇଛି।

Advertisment

 ପୁଲିସ୍ କହିଛି ଯେ ମୃତ୍ୟୁ ପୂର୍ବରୁ ଆନନ୍ଦ ଟପ୍ପୋ ମଦ ପିଇଥିଲେ। ତେବେ ତାଙ୍କୁ ବଳପୂର୍ବକ ମଦ ପିଆଯାଇ ନଥିଲା ବୋଲି ପୁଲିସ୍ କହିଛି। ଆନନ୍ଦଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଦିଗ ନଥିବା ପୁଲିସ୍ କହିଛି।

ଗତବର୍ଷ ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ଆୟୁଷ ରେଡିୟମ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ୀ ଲଗାଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ଫୋନ୍‌ କରି ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ। ଏହା ପରେ ଆନନ୍ଦଙ୍କ ବାପା ବନ୍ଧନ ଭୁବନେଶ୍ୱରରେ ଆସିଥିଲେ।

Advertisment

ଆନନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ଏଥିରେ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ଆନନ୍ଦଙ୍କ ବାନ୍ଧବୀ ମଞ୍ଜିତ ଟପ୍ପୋ ସାମିଲ ଥିବା ସେ ଅଭିଯୋଗ କରିଥିଲେ। ବୀରେନ୍ଦ୍ରଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ। ହେଲେ ପୁଲିସ୍‌ ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ ନକରିବାରୁ ବନ୍ଧନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଘଟଣାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Commissionerate Police Birendra Lakra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe