ରାଜନୀତିକ ବନ୍ଦୀଙ୍କୁ ମଧୁବାବୁ ପେନସନରେ ମିଳିବ ମାସିକ ୫୦୦ ଟଙ୍କା: ଏ ସମ୍ମାନ ନା ଅସମ୍ମାନ?

ସଂଶୋଧିତ ପ୍ରାବଧାନରେ ସେମାନଙ୍କ ପାଇଁ ଏହି ନିୟମାବଳୀର-୬ଖ (ପରିବାରର ଆୟ ସୀମା) ଓ  ରୁଲ-୨୪(ଅପରାଧିକ ମାମଲାରେ ଦୋଷୀ) ପ୍ରଯୁଜ୍ୟ ହେବନି।

Odisha PhotoGoogle

representational image

Ordigital Desk
  • Published: Thursday, 13 April 2023
  • Updated: 13 April 2023, 07:30 PM IST

Sports

Latest News

ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା ଆଇନ) ବଳରେ ଗିରଫ ହୋଇଥିବା ରାଜନୀତିକ ବନ୍ଦୀମାନଙ୍କୁ ରାଜ୍ୟ ସରକାର ମଧୁବାବୁ ପେନସନ୍ ଯୋଜନାରେ ମାସିକ ଭତ୍ତା ଦେବେ। ଏଥିପାଇଁ ରାଜ୍ୟ ସରକାର ଗତକାଲି ମଧୁବାବୁ ପେନସନ୍ ଯୋଜନା ରୁଲସ-୨୦୦୮ରେ ସଂଶୋଧନ କରିଛନ୍ତି।

ସଂଶୋଧିତ ପ୍ରାବଧାନରେ ସେମାନଙ୍କ ପାଇଁ ଏହି ନିୟମାବଳୀର-୬ଖ (ପରିବାରର ଆୟ ସୀମା) ଓ  ରୁଲ-୨୪(ଅପରାଧିକ ମାମଲାରେ ଦୋଷୀ) ପ୍ରଯୁଜ୍ୟ ହେବନି । ତେବେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଓଡ଼ିଶାର ରାଜନୀତିକ ବନ୍ଦୀଙ୍କ ସଂଖ୍ୟା କେତେ, ତା’ର ହିସାବ ଦୀର୍ଘ ୪ ଦଶନ୍ଧି ମଧ୍ୟରେ ରଖିପାରିନଥିବା ରାଜ୍ୟ ସରକାର ଏବେ ସେମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ମାସିକ ମଧୁବାବୁ ପେନସନ ଯୋଜନାରେ ୫୦୦ରୁ ୯୦୦ଟଙ୍କା ମଧ୍ୟରେ ମାସିକ ଭତ୍ତା ଦେଇ ଖୋଲାଖୋଲି ଅସମ୍ମାନ କରିବାକୁ ପଛାଇ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗତକାଲି ମଧୁବାବୁ ପେନସନ ଯୋଜନାର ରୁଲସ-୨୦୦୮ର ସଂଶୋଧନ କରାଯାଇ ଯୋଗ୍ୟ ହିତାଧିକାରୀ ତାଲିକାରେ ମିସା ଆଇନରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ସାମିଲ କରିବାର ନୂଆ ପ୍ରାବଧାନ ରଖାଯାଇଛି । ଏହି ରାଜନୀତିକ ବନ୍ଦୀମାନେ ଆବଶ୍ୟକ ଦସ୍ତାବିଜ ଦେଇ ଉକ୍ତ ମାସିକ ଭତ୍ତା ବା ପେନସନ୍ ପାଇପାରିବେ ଏବଂ ସେମାନଙ୍କ ପାଇଁ ରୁଲସ-୬(ଖ) ଓ ୨୪ ପ୍ରଯୁଜ୍ୟ ହେବନି ବୋଲି ସରକାରଙ୍କ ସଂଶୋଧିତ ନିୟମରେ ଉଲ୍ଲେଖ ରହିଛି।

Also Read

ମାତ୍ର ୧୯୭୫ ମସିହାରେ ଦେଶରେ ୧୮ମାସର ଜରୁରୀକାଳୀନ ପରିସ୍ଥିତିବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ସ୍ୱର ଉତ୍ତୋଳନ କରି ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ଦେବା ତ ଦୂରର କଥା ସେମାନଙ୍କୁ ମଧୁବାବୁ ପେନସନ୍ ସ୍କିମରେ ମାସିକ ସର୍ବାଧିକ ୯୦୦ଟଙ୍କା ପର୍ଯ୍ୟନ୍ତ ଭତ୍ତା ଦେବାକୁ ନିଷ୍ପତ୍ତି ନେଇ ରାଜ୍ୟ ସରକାର ନିଜର ହୀନ ମାନସିକତାକୁ ପ୍ରତିପାଦନ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ମିସା ଆଇନ ବଳରେ କେତେ ରାଜନୀତିକ ବନ୍ଦୀ ଗିରଫ ହୋଇଥିଲେ ତା’ର ତାଲିକା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ମଗା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଓଡ଼ିଶା ସରକାର ଦେବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି । ଚଳିତ ଷୋଡ଼ଶ ବିଧାନସଭାରେ ଏନେଇ ଦଳମତ ନିର୍ବିଶେଷରେ ଉଦବେଗ ପ୍ରକାଶ ପାଇବା ସହ ମିସା ଆଇନ ବଳରେ ଗିରଫ ହୋଇଥିବା ରାଜନୀତିକ ବନ୍ଦୀମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାର ସେମାନଙ୍କୁ ଆଖିଦୃଶିଆ ପରିମାଣର ଆର୍ଥିକ ସହାୟତା ଦେବାକୁ ଦାବି ହୋଇଥିଲା। 

ଅନ୍ୟ ରାଜ୍ୟଗୁଡ଼ିକରେ ମିସା ଆଇନ ବଳରେ ଗିରଫ ରାଜନୀତିକ ବନ୍ଦୀମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇ ୧୦ହଜାରରୁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି । ତେଣୁ ଏହି ରାଜନୀତିକ ବନ୍ଦୀମାନଙ୍କୁ ମଧୁବାବୁ ପେନସନ ସ୍କିମରେ ସାମିଲ ନକରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସ୍କିମ୍ ଅବା ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଧାୟକମାନେ ସେତେବେଳେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।  କିନ୍ତୁ ବିଧାୟକମାନଙ୍କର ଏଭଳି ପ୍ରସ୍ତାବ, ଦାବି ଓ ଉଦବେଗକୁ ଅଣଦେଖା କରି ରାଜ୍ୟ ସରକାର ଗତକାଲି ମଧୁବାବୁ ପେନସନ ଯୋଜନାର ନିୟମାବଳୀରେ ସଂଶୋଧନ କରି ରାଜନୀତିକ ବନ୍ଦୀମାନଙ୍କୁ ମାସିକ ୫୦୦ରୁ ୯୦୦ଟଙ୍କା(ବୟସ ଅନୁସାରେ) ଦେବା ଭଳି ନିଷ୍ପତ୍ତି ନେଇଛନ୍ତିି।

ଏଭଳି ନିଷ୍ପତ୍ତି କିଏ ନେଲା ଓ କାହା ନିର୍ଦ୍ଦେଶରେ ରାଜନୀତିକ ବନ୍ଦୀମାନଙ୍କୁ ଅସମ୍ମାନ ପାଇଁ ବିଭାଗ ସାହାସ କଲା, ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜନୀତିକ ବନ୍ଦୀମାନଙ୍କ ପ୍ରତି ସିଧାସଳଖ ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି । । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖଙ୍କ ଭଳି ବ୍ୟକ୍ତିମାନେ ସେତେବେଳେ ରାଜନୀତିକ ବନ୍ଦୀ ଥିଲେ । ଆଉ ରାଜନୀତିକ ବନ୍ଦୀ ଥିବା ଏଭଳି ଉତ୍ତୃଙ୍ଗ ବ୍ୟକ୍ତିମାନଙ୍କୁ ସରକାର ମାସିକ ୫୦୦ଟଙ୍କା ପେନସନ୍ ଦେବାକୁ ନିଷ୍ପତ୍ତି ନେବା ସେମାନଙ୍କ ପ୍ରତି ସମ୍ମାନ ଓ ଅସମ୍ମାନ ତାହା ଏବେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ, ଆଡଭୋକେଟ୍ ଚିତ୍ତରଞ୍ଜନ ମହାନ୍ତିଙ୍କ ଦ୍ୱାରା ଦାଏର ଆବେଦନ ଉପରେ ଗତ ଫେବୃୟାରୀ ୨୦ତାରିଖରେ ଓଡ଼ିଶା ହାଇକୋର୍ଟ ଶୁଣାଣି କରିବାବେଳେ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ରାଜନୀତିକ ବନ୍ଦୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର କୌଣସି ପ୍ରାବଧାନ ଅବା ଯୋଜନା ଅର୍ଥ ବିଭାଗର ନାହିଁ ବୋଲି ଓଡ଼ିଶା ହାଇକୋର୍ଟଙ୍କୁ ରାଜ୍ୟ ସରକାର ଅବଗତ କରିବା ସହ କେତେ ଜଣ ଏଭଳି ରାଜନୀତିକ ବନ୍ଦୀ ଅଛନ୍ତି ତାହା ମଧ୍ୟ ସରକାରଙ୍କ ପାଖରେ ନଥିବା ସ୍ପଷ୍ଟ କରିଥିଲେ।

ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ପାଇଁ ସ୍ୱର ଉଠାଇ ଜରୁରୀକାଳୀନ ପରିସ୍ଥିତିବେଳେ ଜେଲ ଦଣ୍ଡ ଭୋଗିଥିବା ରାଜ୍ୟର ମହାନ ବ୍ୟକ୍ତିମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ସେମାନଙ୍କୁ ମାସିକ ୫୦୦ଟଙ୍କା ପେନସନ୍ ଦେଇ ରାଜ୍ୟ ସରକାର ବାସ୍ତବରେ ସମ୍ମାନ ଦେଉଛନ୍ତି ନା ଅସମ୍ମାନ କରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story