Advertisment

‘ରାଜ୍ୟରେ ବିଦ୍ୟୁତ ଯୋଗାଣର ଅଭାବ ନାହିଁ; ହେଲେ ଅତ୍ୟଧିକ ଡିମାଣ୍ଡ କାଳ ସାଜୁଛି’

ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ହେଉନି, ବରଂ ଓଭର ଲୋଡିଂ ଯୋଗୁ ଟ୍ରିପ୍ ହେଉଛି ବୋଲି ସଫେଇ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ।

author-image
Niharika Rout
pratap dev

pratap dev

ଅସହ୍ୟ ତାତିରେ ଛଟପଟ ହେଉଥିବା ଲୋକେ ଏଥିରୁ ମୁକ୍ତି ପାଇବାକୁ ଫ୍ୟାନ୍‌, ଏସି ଉପରେ ବହୁ ମାତ୍ରାରେ ନିର୍ଭର କରୁଛନ୍ତି। ମାତ୍ର ଅଧିକାଂଶ  ସମୟରେ ଅତ୍ୟଧିକ ଡିମାଣ୍ଡ ଯୋଗୁ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେଉଥିବା ବେଳେ କଲବଲ ହେଉଛନ୍ତି ଲୋକେ। ହେଲେ ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ହେଉନି, ବରଂ ଓଭର ଲୋଡିଂ ଯୋଗୁ ଟ୍ରିପ୍ ହେଉଛି ବୋଲି ସଫେଇ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ।

Advertisment

ସେ କହିଛନ୍ତି, ରାଜ୍ୟରେ ବିଦ୍ୟୁତ ଯୋଗାଣର କୌଣସି ଅଭାବ ନାହିଁ । ହେଲେ ଅତ୍ୟଧିକ ଖରା ହେତୁ ପିକ୍‌ ସମୟରେ ଟ୍ରାନ୍ସଫର୍ମରର କ୍ଷମତାଠାରୁ ଅଧିକ ଲୋଡ ପଡୁଛି। ବିଶେଷକରି ଭୁବନେଶ୍ୱର ଅଞ୍ଚଳରେ ଗୋଟିଏ ଥର ଲାଇନ ଟ୍ରିପ କରିଗଲେ ଠିକ୍ ହେବାକୁ ୬ରୁ ୭ ଘଣ୍ଟା ଲାଗୁଛି ।

ଗ୍ରାମାଞ୍ଚଳରେ ଏପରି ସମସ୍ୟା ଦେଖାଦେଲେ ତାହାର ମରାମତି ଲାଗି ଅଧିକ ସମୟ ଲାଗୁଛି । ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ଲାଗି ଚେଷ୍ଟା କରାଯାଉଛି । ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଉଛି । ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି। ଯେଉଁଠି ଟ୍ରାନ୍ସମଫର କ୍ଷମତାଠାରୁ ଅଧିକ ଲୋଡ୍ ପଡୁଛି ସେଠାରେ ଲୋ ଭୋଲଟେଜ ହେବ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ।

Advertisment

ଚଳିତ ବର୍ଷ ପିକ୍ ସମୟରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟ ବିଜୁଳର ଆବଶ୍ୟକତା ରହୁଛି। ଗତ ବର୍ଷ ଏହି ଆବଶ୍ୟକତା ୫ ହଜାର ୫୦୦ ମେଗାୱାଟ ରହିଥିଲା। ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ। ଏଥିସହ ସେ କହିଛନ୍ତି, ଅତ୍ୟଧିକ ଖରା ହେତୁ ସପ୍ତାହକ ୭ ଦିନ ଯାଏ ୨୪ ଘଣ୍ଟା ଲେଖାଏ ଲୋକେ ବିଦ୍ୟୁତ୍‌ ସଂଯୋଗ ଦାବି କରୁଛନ୍ତି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ୍‌ ଯୋଗାଣ କରି ହେଉନି।

ସ୍ୱାଧିନତା ପରଠୁ ଗତ ୨୦ ତାରିଖରେ ସର୍ବାଧିକ ବିଦ୍ୟୁତ୍‌ ଡିମାଣ୍ଡ ହୋଇଥିଲା। ଏପରି ସ୍ଥିତିରେ ଲାଇନ୍‌ କଟି ଯାଉଛି । ତଥାପି ନିରବଛିନ୍ନ ବିଜୁଳି ଯୋଗାଇବା ଲାଗି ଆପ୍ରାଣ ଚେଷ୍ଟା କରାଯାଉଥିବା କହିଛନ୍ତି ଶକ୍ତିମନ୍ତ୍ରୀ।

BjD Congress Pratap Deb