Advertisment

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେବେ ପ୍ରଦୀପ ଜେନା

ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ସୁରେଶ ମହାପାତ୍ର। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଥଇଥାନ କରି ସନ୍ତୁଷ୍ଟିକରଣ କରିବାକୁ ପଦକ୍ଷେପ ନେଇଛନ୍ତି।

ଅଦ୍ୟତନ ହୋଇଛି
pradeep kumar jena

pradeep kumar jena

Advertisment

ପ୍ରଦୀପ ଜେନା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଆଜି ପ୍ରଦୀପ ଜେନା ନିଜ ଦାୟିତ୍ୱ ଗ୍ରହଣ କରିବେ। କିଛି ଦିନ ତଳେ ରାଜ୍ୟ ସରକାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗରୁ ଏ ସଂପର୍କିତ ବିଜ୍ଞପ୍ତି ମଧ୍ୟ ଆଗରୁ ପ୍ରକାଶ ପାଇଛି। ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍ ଓଡ଼ିଶା ଦାୟିତ୍ୱରେ ନିଯୁକ୍ତ ହୋଇଛନ୍ତି।

Advertisment

ପ୍ରଦୀପ ଜେନା ଏହା ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଓ ଉନ୍ନୟନ କମିଶନର ପଦରେ ଥିଲେ। ପ୍ରଦୀପ ହେଉଛନ୍ତି ୧୯୮୯ ବ୍ୟାଚ୍ IAS ଅଫିସର୍। ପ୍ରାଶାସନିକ ଦକ୍ଷତା ପାଇଁ ସେ ପରିଚିତ। ଏହା ପୂର୍ବରୁ ପ୍ରଦୀପ ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଥିଲେ ।

୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ, ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ।

Advertisment

ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ସୁରେଶ ମହାପାତ୍ର। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଥଇଥାନ କରି ସନ୍ତୁଷ୍ଟିକରଣ କରିବାକୁ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି।

Chief Secretary Of Odisha Odisha Government
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe