ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।
ପ୍ରଫେସର ସ୍ୱାଇଁ ଏହି ପଦବୀରେ ୩ ବର୍ଷ ରହିବେ। ସେ ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଛନ୍ତି। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୩୧ ବର୍ଷର ଅଭିଜ୍ଞତା ରହିଛି।
ପ୍ରଫେସର ସ୍ୱାଇଁ ୧୦ଟି ପୁସ୍ତକ ଲେଖିଛନ୍ତି। ତାଙ୍କ ମାର୍ଗଦର୍ଶନରେ ୨ ଜଣ ଡି.ଲିଟ୍, ୧୫ ଜଣ ପିଏଚ୍ଡି ଓ ୫୬ ଜଣ ସଫଳତାର ସହିତ ଏମ୍ଫିଲ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।