Advertisment

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପାରମ୍ପରିକ ବାଦ୍ୟରେ ହେଲା ସ୍ୱାଗତ

ରାଷ୍ଟ୍ରପତିଙ୍କ ସ୍ୱାଗତ ନିମନ୍ତେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ଚିଫ ସେକ୍ରେଟେରୀ, ପୁଲିସ୍‌ ଡିଜିପିଙ୍କ ସମେତ ବହୁ ଭିଭିଆଇପି ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦର ବାହାରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ତାଙ୍କୁ ସ୍ୱାଗତ କରାଯାଇଥିଲା।

President

President

Advertisment

୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି। ପୂର୍ବାହ୍ନ ୧୧ଟା୪୫ରେ ରାଷ୍ଟ୍ରପତିଙ୍କ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି। ଏହା ତାଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ। । ରାଷ୍ଟ୍ରପତିଙ୍କ ସ୍ୱାଗତ ନିମନ୍ତେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ଚିଫ ସେକ୍ରେଟେରୀ, ପୁଲିସ୍‌ ଡିଜିପିଙ୍କ ସମେତ ବହୁ ଭିଭିଆଇପି ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦର ବାହାରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ତାଙ୍କୁ ସ୍ୱାଗତ କରାଯାଇଥିଲା। 

Advertisment

ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତିଙ୍କ କାର୍‌କେଡକୁ ଉତ୍କଳ ମଣ୍ଡପ ନିଆଯାଇଛି। ସେଠାରେ ସେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟାହ୍ନ ଗୋଟାଏ ୫ ମିନିଟରେ ସେ ରାଜଭବନରେ ଭୋଜନ କରିବେ। ଅପରାହ୍ନ ୪ଟାରେ ରମାଦେବୀ ମହିଳା ବିଶ୍ୱବଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଶନିବାର ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରେ କଟକର ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚ୍ୟୁଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଇଣ୍ଡିଆ ରାଇସ୍ କଂଗ୍ରେସକୁ ଉଦଘାଟନ କରିବେ ରାଷ୍ଟ୍ରପତି । ସେଠାରୁ ସିଧା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରିଯିବେ।

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ରାଜଧାନୀରେ ୪୦ ପ୍ଲାଟୁନ୍ ଫୋର୍ସ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି।

ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୪ ଜଣ ଅତିରିକ୍ତ ଡିସିପି, ୩୫ ଜଣ ଏସିପି ଓ ୪୭ ଜଣ ଇନସପେକ୍ଟର ନିୟୋଜିତ ହୋଇଛନ୍ତି।୧୮୮ ଏସଆଇ ଏବଂ ଏଏସଆଇ ରାଙ୍କ ଅଫିସର ସହ ୫୦ ହୋମଗାର୍ଡ ରହିବେ।

ରାଷ୍ଟ୍ରପତିଙ୍କ ଲିଙ୍ଗରାଜ ଦର୍ଶନ ସମୟରେ ଅଧଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ରୁଟ ଲାଇନିଂ, ନାଇଟ ଗାର୍ଡ, ଚପର ଗାର୍ଡ ଓ଼ ରୁଫ ଟଫରେ ସୁରକ୍ଷା କର୍ମୀ ମୁତୟନ ରହିବେ। ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଏଣ୍ଟ୍ରି ଓ଼ ଏକ୍‌ଜିଟ୍ ପଏଣ୍ଟ ସିସିଟିଭି ସର୍ଭେଲାନ୍ସରେ ରହିବ। ସେହିପରି ରାଷ୍ଟ୍ରପତିଙ୍କ କାରକେଡ଼ ଇନଚାର୍ଜ ଜଣେ ଏସପି ରାଙ୍କ ଅଫିସର ରହିବେ ।

President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe