Advertisment

କାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅପରାହ୍ନ ୪ଟାରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ପରଦିନ ଅର୍ଥାତ ୧୧ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ।

author-image
Tapaswini Nayak
President of India

President of India

ଆସନ୍ତାକାଲି ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗସ୍ତ ପୂର୍ବରୁ ଆଜି କାରକେଡ ରିହର୍ସାଲ କରିବ ପୁଲିସ। ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୁଲିସ ଫୋର୍ସ,୨ଶହରୁ ଅଧିକ ଅଫିସର, ସାଦା ପୋଷାକ ଧାରୀ ପୁଲିସ କର୍ମଚାରୀ ଏବଂ ରୁଫଟପ୍ ସୁରକ୍ଷା କର୍ମୀ ମୁତୟନ କରାଯିବ।

Advertisment

୧୦ ତାରିଖ ଦିନ ପ୍ରାୟ ୧୨ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ବିମାନ ବନ୍ଦରରୁ ସିଧାସଳଖ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ହେବାକୁ ଥିବା ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ପରେ ଅପରାହ୍ନ ୪ଟାରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ପରଦିନ ଅର୍ଥାତ ୧୧ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ।

ସେଠାରେ ପୂଜାର୍ଚ୍ଚନା ସହ ବେଢା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ କଟକର ନାସନାଲ୍ ରାଇସ୍ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚ୍ୟୁଟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଇଣ୍ଡିଆ ରାଇସ୍ କଂଗ୍ରେସକୁ ଉଦଘାଟନ କରିବେ। ଏହାପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Advertisment
President Of India