Advertisment

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ନିଜେ ପଢ଼ିଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ।

ଅଦ୍ୟତନ ହୋଇଛି
undefined

President of india

Advertisment

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ଦିନ ପ୍ରାୟ ୧୧ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଧାନୀର ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟାହ୍ନ ଗୋଟାଏ ୫ ମିନିଟରେ ସେ ରାଜଭବନରେ ଭୋଜନ କରିବେ। ଅପରାହ୍ନରେ ରମାଦେବୀ ମହିଳା ବିଶ୍ୱବଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ଶନିବାର ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରେ କଟକର ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚ୍ୟୁଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଇଣ୍ଡିଆ ରାଇସ୍ କଂଗ୍ରେସକୁ ଉଦଘାଟନ କରିବେ। ସେଠାରୁ ସିଧା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରିଯିବେ। ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ନିଜେ ପଢ଼ିଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ଯାହାକୁ ନେଇ ରମାଦେବୀ ୟୁନିଭର୍ସିଟିର ଛାତ୍ରୀଙ୍କ ସହ ରାଷ୍ଟ୍ରପତିଙ୍କ ସହପାଠିନୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ରାଜଧାନୀରେ ୪୦ ପ୍ଲାଟୁନ୍ ଫୋର୍ସ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୪ ଜଣ ଅତିରିକ୍ତ ଡିସିପି, ୩୫ ଜଣ ଏସିପି ଓ ୪୭ ଜଣ ଇନସପେକ୍ଟର ନିୟୋଜିତ ହୋଇଛନ୍ତି।୧୮୮ ଏସଆଇ ଏବଂ ଏଏସଆଇ ରାଙ୍କ ଅଫିସର ସହ ୫୦ ହୋମଗାର୍ଡ ରହିବେ।

Advertisment

ରାଷ୍ଟ୍ରପତିଙ୍କ ଲିଙ୍ଗରାଜ ଦର୍ଶନ ସମୟରେ ଅଧଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ରୁଟ ଲାଇନିଂ, ନାଇଟ ଗାର୍ଡ, ଚପର ଗାର୍ଡ ଓ଼ ରୁଫ ଟଫରେ ସୁରକ୍ଷା କର୍ମୀ ମୁତୟନ ରହିବେ। ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଏଣ୍ଟ୍ରି ଓ଼ ଏକ୍‌ଜିଟ୍ ପଏଣ୍ଟ ସିସିଟିଭି ସର୍ଭେଲାନ୍ସରେ ରହିବ। ସେହିପରି ରାଷ୍ଟ୍ରପତିଙ୍କ କାରକେଡ଼ ଇନଚାର୍ଜ ଜଣେ ଏସପି ରାଙ୍କ ଅଫିସର ରହିବେ ।

President Of India Droupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe