Advertisment

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ବିନ୍ଦୁସାଗର ବି ବୁଲିଲେ

ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ କଡ଼ା ସୁରକ୍ଷା ବଳୟରେ ପ୍ରବେଶ କଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା ନିମନ୍ତେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ଗଡ଼ୁ ନିଯୋଗ, ସମର୍ଥା ନିଯୋଗର ସମ୍ପାଦକ ମନ୍ଦିରରେ ଉପସ୍ଥିତ ଥିଲେ।

ଅଦ୍ୟତନ ହୋଇଛି
President Of India

President Of India

Advertisment

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ଦିନରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରାଜଭବନରୁ କଡ଼ା ସୁରକ୍ଷା ଭିତରେ ସ୍ୱତନ୍ତ୍ର କାରକେଡ୍ ଯୋଗେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେ ବିନ୍ଦୁ ସାଗର ପୁଷ୍କରିଣୀ ଯାଇଥିଲେ।

Advertisment

ରାଷ୍ଟ୍ରପତିଙ୍କ ସ୍ୱାଗତ ନିମନ୍ତେ ଲିଙ୍ଗରାଜ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପାଛୋଟି ମନ୍ଦିରକୁ ନିଆଯାଇଥିଲା। ଏହି ସମୟରେ ମନ୍ଦିର ପରିସରରେ ସଂକିର୍ତ୍ତନ ସାଙ୍ଗକୁ ଆଦିବାସୀ ନୃତ୍ୟ ପରିବେଷଣ କରାଯାଉଥିଲା।

ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ କଡ଼ା ସୁରକ୍ଷା ବଳୟରେ ପ୍ରବେଶ କଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା ନିମନ୍ତେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ଗଡ଼ୁ ନିଯୋଗ, ସମର୍ଥା ନିଯୋଗର ସମ୍ପାଦକ ମନ୍ଦିରରେ ଉପସ୍ଥିତ ଥିଲେ। ଗଡ଼ୁ ନିଯୋଗ ପକ୍ଷରୁ ଗଡ଼ୁ ନିଯୋଗ ପାଖରୁ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା ନିମନ୍ତେ ସମସ୍ତ ପୂଜା ସାମଗ୍ରୀକୁ ଭିତରକୁ ପଠାଯାଇଥିଲା। ମନ୍ଦିରରେ ପୂଜାର୍ଚ୍ଚନା ଭାର ବି ଗଡ଼ୁ ନିଯୋଗ ଉପରେ ନ୍ୟସ୍ତ ଥିବା ଜଣାଯାଇଛି।

Advertisment

ଗର୍ଭଗୃହରୁ ପୂଜାର୍ଚ୍ଚନା ସାରିବା ପରେ ରାଷ୍ଟ୍ରପତି ବେଢା ପରିକ୍ରମା କଲେ। ମନ୍ଦିର ବେଢ଼ା ପରିସରରେ ଥିବା ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କଲେ। ଏହି ସମୟରେ ମନ୍ଦିରର ଐତିହ୍ୟ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯିବା ନିମନ୍ତେ ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିଲା। ଏହାପରେ ସିଂହଦ୍ୱାର ଦେଇ ସେ ବାହାରକୁ ଆସିଥିଲେ।

ପରେ ସେ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ଚାଲି ଯାଇଥିଲେ। ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ କଟକ ଯାଇଛନ୍ତି। ସେଠାରେ ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟଟରେ ଦ୍ୱିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସରେ ଯୋଗ ଦେବେ ରାଷ୍ଟ୍ରପତି। ସେଠାରେ କାର୍ଯ୍ୟକ୍ରମ ସରିବା ପରେ ଭୁବନେଶ୍ୱର ବିମାନବନ୍ଦର ଆସି ଏଠାରୁ ପୁଣି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ବ୍ଲୁ ବୁକ୍‌ ଅନୁଯାୟୀ, ଲିଙ୍ଗରାଜ ମନ୍ଦିରରେ ରାଷ୍ଟ୍ରପତିଙ୍କ ଦର୍ଶନ ନିମନ୍ତେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। ମନ୍ଦିରକୁ ଚାରିପଟୁ ସିଲ୍‌ କରି ଦିଆଯାଇଥିଲା । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ସାଧାରଣ ଯାତାୟତକୁ ବି ବନ୍ଦ କରି ଦିଆଯାଇଥିଲା।

କମିଶନରେଟ ପୁଲିସ୍‌, ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ରାଷ୍ଟ୍ରପତିଙ୍କ ସୁରକ୍ଷା ଫୋର୍ସ ପକ୍ଷରୁ ସମନ୍ୱୟ ବୈଠକ କରାଯାଇ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। କମିଶନରେଟ ପୁଲିସ୍‌ ସିପି ସୌମ୍ୟ ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଭୁବନେଶ୍ୱର କମିଶନରଙ୍କ ସମେତ ବହୁ ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ରାଷ୍ଟ୍ରପତିଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ ନିମନ୍ତେ ସେଠାରେ ଉପସ୍ଥିତ ଥିଲେ।

Bhubaneswar President Of India Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe