Advertisment

ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ରାଷ୍ଟ୍ରପତି, ସୁରକ୍ଷା କଡ଼ାକଡ଼ି

ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୩୦ ମିନିଟ ବିତାଇବେ। ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

President Of India

President Of India

Advertisment

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳେ ପ୍ରାୟ ୯ଟା ବେଳେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୩୦ ମିନିଟ ବିତାଇବେ। ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ଲିଙ୍ଗରାଜ ଦର୍ଶନ ପରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦର ଯାଇ ସେଠାରୁ ହେଲିକପ୍ଟର ଯୋଗେ କଟକ ଯିବେ। କଟକ ବିଦ୍ୟାଧରପୁରସ୍ଥିତ ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଦ୍ୱିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସରେ ଯୋଗ ଦେବେ ରାଷ୍ଟ୍ରପତି। ସେଠାରେ କାର୍ଯ୍ୟକ୍ରମ ସରିବା ପରେ ଭୁବନେଶ୍ୱର ବିମାନବନ୍ଦର ଆସି ପୁଣି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ପକ୍ଷରୁ ଏକ କାରକେଡ୍ ରିହଲସଲ କରାଯିବା ସହ ପୁଲିସ ବ୍ରିଫିଂ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୨୦ ପ୍ଲାଟୁନ ଫୋର୍ସ ସହ ଦେଢ ଶହ ଅଫିସର ମୁତୟନ ରହିଛନ୍ତି। ଖୋଦ କଟକ ଡିସିପି ସୁରକ୍ଷା ଦାୟିତ୍ୱରେ ରହିବେ। କାରକେଡ ରିହଲସଲରେ ୩୦ଟି ଗାଡି ସାମିଲ ହୋଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମସ୍ତ ସୁରକ୍ଷା ବ୍ଲୁ ବୁକ୍ ଅନୁସାରେ କରାଯାଇଥିବା କହିଛନ୍ତି ଡିସିପି।

Advertisment
President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe