Advertisment

ବିପିୟୁଟି କୁଳପତି ହେଲେ ପ୍ରଫେସର ଏକେ ରଥ

ପ୍ରଫେସର ରଥ ଆସନ୍ତା ୫ବର୍ଷ ପାଇଁ ବିପିୟୁଟି କୁଳପତି ଭାବେ କାର୍ଯ୍ୟ କରିବେ ।

Amiya Kumar Ratha

Amiya Kumar Ratha

Advertisment

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଅମୀୟ କୁମାର ରଥଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପ୍ରଫେସର ରଥ ଆସନ୍ତା ୫ବର୍ଷ ପାଇଁ ବିପିୟୁଟି କୁଳପତି ଭାବେ କାର୍ଯ୍ୟ କରିବେ । ସେ ଦାୟିତ୍ୱ ଗ୍ରହଣ କରିବା ଦିନଠୁ ୫ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ କୁଳପତି ଦାୟିତ୍ୱରେ ରହିବେ।

ପ୍ରଫେସର ରଥ ଏବେ ବାଙ୍ଗାଲୋରରେ ନ୍ୟାକ୍ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ୩୩ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି। ସେ ୯ଟି ପୁସ୍ତକ ଲେଖିଛନ୍ତି। 

Advertisment
BPUT Amiya Kumar Ratha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe