ବିପିୟୁଟି କୁଳପତି ହେଲେ ପ୍ରଫେସର ଏକେ ରଥ

ପ୍ରଫେସର ରଥ ଆସନ୍ତା ୫ବର୍ଷ ପାଇଁ ବିପିୟୁଟି କୁଳପତି ଭାବେ କାର୍ଯ୍ୟ କରିବେ ।

ଅମୀୟ କୁମାର ରଥ

  • Published: Friday, 24 March 2023
  • , Updated: 24 March 2023, 07:43 PM IST

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଅମୀୟ କୁମାର ରଥଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପ୍ରଫେସର ରଥ ଆସନ୍ତା ୫ବର୍ଷ ପାଇଁ ବିପିୟୁଟି କୁଳପତି ଭାବେ କାର୍ଯ୍ୟ କରିବେ । ସେ ଦାୟିତ୍ୱ ଗ୍ରହଣ କରିବା ଦିନଠୁ ୫ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ କୁଳପତି ଦାୟିତ୍ୱରେ ରହିବେ।

ପ୍ରଫେସର ରଥ ଏବେ ବାଙ୍ଗାଲୋରରେ ନ୍ୟାକ୍ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ୩୩ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି। ସେ ୯ଟି ପୁସ୍ତକ ଲେଖିଛନ୍ତି। 

Related story