ପ୍ରଫେସର ଦତ୍ତେଶ୍ୱର ହୋତା ହେଲେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି

ପ୍ରଫେସର ଦତ୍ତେଶ୍ୱର ହୋତାଙ୍କୁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ।

ପ୍ରଫେସର ଦତ୍ତେଶ୍ୱର ହୋତା

  • Published: Friday, 24 March 2023
  • , Updated: 24 March 2023, 10:26 PM IST

ପ୍ରଫେସର ଦତ୍ତେଶ୍ୱର ହୋତାଙ୍କୁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ଶୁକ୍ରବାର ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ଆଇନ-୨୦୨୧ର ଧାରା ୯(୭) ପ୍ରଦତ୍ତ କ୍ଷମତା ଉପଯୋଗ କରି ପ୍ରଫେସର ହୋତାଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ହୋତା କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ଏକବର୍ଷ ପର୍ଯ୍ୟନ୍ତ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଛନ୍ତି ।

Related story