Advertisment

ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଜବାବ: ପଦ୍ମପୁର ରେଳମାର୍ଗ ଡିପିଆରକୁ ମଞ୍ଜୁରୀ ଦେଇନାହାନ୍ତି ରାଜ୍ୟ ସରକାର

ବରଗଡ଼-ପଦ୍ମପୁର-ନୂଆପଡ଼ା ରେଳଲାଇନ୍ ନିର୍ମାଣ ପ୍ରକଳ୍ପର ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ)କୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନୀତିଗତ ଅନୁମୋଦନ ଦେଇସାରିଛନ୍ତି । କିନ୍ତୁ ଏହି ପ୍ରକଳ୍ପର ଡିପିଆରକୁ ଓଡ଼ିଶା ସରକାର ମଞ୍ଜୁରୀ ଦେବା ପରିବର୍ତ୍ତେ ପକାଇ ରଖିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

ଅଦ୍ୟତନ ହୋଇଛି
Ashwini Vaishnaw

Ashwini Vaishnaw

Advertisment

ପଦ୍ମପୁର ଉପନିର୍ବାଚନବେଳେ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ମନେ ପକାଇ ଦେବାକୁ ସେ ମହାପ୍ରଭୁ ନୃସିଂହନାଥଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟାକ୍ଷ କରି କହିବାର ୨୪ଘଂଟା ନହେଉଣୁ ତା’ର ଜବାବ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବରଗଡ଼-ପଦ୍ମପୁର-ନୂଆପଡ଼ା ରେଳଲାଇନ୍ ନିର୍ମାଣ ପ୍ରକଳ୍ପର ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ)କୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନୀତିଗତ ଅନୁମୋଦନ ଦେଇସାରିଛନ୍ତି । କିନ୍ତୁ ଏହି ପ୍ରକଳ୍ପର ଡିପିଆରକୁ ଓଡ଼ିଶା ସରକାର ମଞ୍ଜୁରୀ ଦେବା ପରିବର୍ତ୍ତେ ପକାଇ ରଖିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ଆଉ ଏହାସହିତ ପଦ୍ମପୁର ରେଳଲାଇନ ନିର୍ମାଣକୁ ନେଇ ଶାସକ ବିଜେଡିର ଦୋମୁହାଁ ରାଜନୀତି ପଦାରେ ପଡ଼ିଛି।

Advertisment

ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ, ପଦ୍ମପୁର ଦେଇ ବରଗଡ଼ ଓ ନୂଆପଡ଼ା ମଧ୍ୟରେ ନୂଆ ରେଳଲାଇନର ମଞ୍ଜୁରୀ ସମ୍ବନ୍ଧରେ ଗତ କିଛିଦିନ ତଳେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ତାଙ୍କୁ ଚିଠି ଲେଖିଥିଲେ । ତଥ୍ୟ ଉପରେ ଆଧାରିତ ସ୍ଥିତି ସମ୍ପର୍କରେ ଶ୍ରୀମତୀ ସାହୁଙ୍କୁ ୨୦୨୨ ନଭେମ୍ବର ୨୨ତାରିଖରେ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ବରଗଡ଼-ପଦ୍ମପୁର-ନୂଆପଡ଼ା ରେଳମାର୍ଗ ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଦାୟିତ୍ୱ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ(ଓଆରଆଇଡିଏଲ)କୁ ଦିଆଯାଇଛି । ଏହି ଓଆରଆଇଡିଏଲ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ । ତା’ଛଡ଼ା ଏହି ନୂଆ ରେଳଲାଇନ୍ ପ୍ରକଳ୍ପକୁ ୨୦୨୧ ଡିସେମ୍ବର ୩୧ତାରିଖରେ ଭାରତ ସରକାର ନୀତିଗତ ଅନୁମୋଦନ ଦେଇସାରିଛନ୍ତି । ମାତ୍ର ଆଜି ସୁଦ୍ଧା ଏହି ପ୍ରକଳ୍ପର ଡିପିଆର ମଞ୍ଜୁରୀ ଓଡ଼ିଶା ସରକାରଙ୍କ ପାଖରେ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ବିକାଶ ପାଇଁ ଚଳିତବର୍ଷ ୧୦,୦୧୨କୋଟି ଟଙ୍କା ଆବଣ୍ଟନ ହୋଇଛି । ଓଡ଼ିଶାରେ ୫୭ଟି ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ କରାଯାଉଛି । ଏଭଳି ସ୍ଥିତିରେ ଓଡ଼ିଶାରେ ବହୁଗୁଡ଼ିଏ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ଓ ଅଗ୍ରଗତି କରାଯାଇପାରିବ । ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ସମୟରେ ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗରେ ସହଯୋଗ କରିବାକୁ ଶ୍ରୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହାସହିତ ସ୍ୱାଧୀନତାର ଅମୃତକାଳରେ ରାଜ୍ୟର ସାମଗ୍ରିକ ବିକାଶ ଓ ଉନ୍ନତି ପାଇଁ ଭାରତ ସରକାରଙ୍କ ପଦେକ୍ଷପକୁ ସମର୍ଥନ କରିବାକୁ ସେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ।

Advertisment

ପଦ୍ମପୁର ରେଳଲାଇନ୍ ସହିତ ଅନ୍ୟାନ୍ୟ ବିଷୟରେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ବନ୍ଧରେ ଶ୍ରୀ ବୈଷ୍ଣବ ଆଜି ସ୍ପଷ୍ଟୀକରଣ ରଖିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ସିଧାସଳଖ କିଛି ପ୍ରତ୍ରିକ୍ରିୟା ଦେଇନାହାନ୍ତି ।

Naveen Patnaik Ashwini Vaishnaw Padampur PadampurBypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe