Advertisment

ହୋଲିରେ ଭିଜିବ ଓଡ଼ିଶା

ଆସନ୍ତା ୭ ଏବଂ ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ଏବଂ ୯ରୁ ୧୦ ତାରିଖରେ ଆଭ୍ୟନ୍ତରୀଣ ସହ କିଛି ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
satellite image

satellite image

Advertisment

ହୋଲିରେ ଭିଜିବ ଓଡ଼ିଶା। ରାଜ୍ୟର ଅଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲା ରିମଝିମ୍ ହାଲୁକା ବର୍ଷାରେ ଓଦା ହେବ। ଏନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। 

Advertisment

ଆସନ୍ତା ୭ ଏବଂ ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ଏବଂ ୯ରୁ ୧୦ ତାରିଖରେ ଆଭ୍ୟନ୍ତରୀଣ ସହ କିଛି ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ୭ ରୁ ୧୦ ଯାଏଁ ପଶ୍ଚିମା ଝଡ ପ୍ରଭାବରେ ଏହି ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି।୧୦ ତାରିଖରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ଏହି ପଶ୍ଚିମା ଝଡ ପ୍ରଭାବ ପରିଲକ୍ଷିତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

ଆଜିଠୁ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ଯୋଗୁଁ ସାମାନ୍ୟ ଗୁଳୁଗୁଳି ହେବ। ଫଳରେ ତାପମାତ୍ରା ସାମାନ୍ୟ ଖସିବ। ପଶ୍ଚିମା ଝଡ଼ ସକ୍ରିୟ ଥିବାରୁ ଆସନ୍ତା କାଲିଠାରୁ ୮ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁରକୁ ବର୍ଷା ସମ୍ଭାବନା ରହିଛି। ହୋଲି ଦିନ ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

Advertisment

ଏବେ ରାଜ୍ୟର କିଛି ଜିଲ୍ଲାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଛି। ଗତକାଲି ବାଲେଶ୍ୱରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଯାହାକି ସ୍ୱଭାବିକ ତାପମାତ୍ରା ଠାରୁ ୪.୭ ଡିଗ୍ରୀ ଅଧିକ ଥିଲା। ସେହିପରି ଭୁବନେଶ୍ୱରରେ ଗତକାଲି ତାପମାତ୍ରା ୩.୨ ଡିଗ୍ରୀ ରହିଥିଲା ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉକି, ପ୍ରବଳ ଗରମ ଯୋଗୁ ଲୋକେ ଏବେଠାରୁ ତ୍ରାହିତ୍ରାହି ଡାକିଲେଣି। ରାଜ୍ୟର ବିଭିନ୍ନ ସ୍ଥାନରେ ବନାଗ୍ନି ବ୍ୟାପୀବାରେ ଲାଗିଛି। ତେବେ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସତର୍କତା ଜାରି ପରେ ସଭିଙ୍କ ମହଲରେ ଖୁସି ପ୍ରକାଶ ପାଇଛି।

Weather Report Weather
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe