Advertisment

ଆଜି ପହିଲି ରଜ: ଦୋଳି ଖେଳ ସାଙ୍ଗକୁ ମିଠା ପାନରେ ଜମୁଛି ଆସର

ରଜପାଳନ ପାଇଁ କେତେକ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
raja festival

raja festival

ଆଜି ହେଉଛି ପହିଲି ରଜ। ବିଶେଷ କରି ଗାଁ ଗହଳିରେ ବହୁତ ଆନନ୍ଦ ଉତ୍ସାହର ସହିତ ରଜ ପାଳନ କରାଯାଉଛି । ବିଶେଷ କରି ଏହା ହେଉଛି କୁଆଁରିଙ୍କ ପର୍ବ। ସଜବାଜ ହୋଇ ସେମାନେ ଆଜି ମଉଜ କରୁଛନ୍ତି।

Advertisment

ତିନି ଦିନ ଧରି ଏପରି ଚାଲିବ। ଏହି ୩ ଦିନ କାମ ବନ୍ଦ। ନୂଆ ଡ୍ରେସ୍ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା, ମୁଣ୍ଡରେ ଚନ୍ଦନ ଟିପା ଲଗାଇ ପାନ ଖାଇ ମଉଜ କରୁଛନ୍ତି । ରଜର ଆଉ ଏକ ଆକର୍ଷଣ ହେଲା ଦୋଳି । ଦୋଳି ଖେଳୁଛନ୍ତି ଝିଅମାନେ। ରଜର ସ୍ୱତନ୍ତ୍ର ଗୀତ ବି ରହିଛି।

ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ତିଆରି ହୋଇଛି। ପୋଡ଼ ପିଠାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ପୋଡ଼ ପିଠା ଖାଇ ମଜା କରୁଛନ୍ତି ସମସ୍ତେ। ଏହା ସହିତ ରଜ ପାନର ବି ରହିଛି ସ୍ୱତନ୍ତ୍ରତା। ରଜ ସମୟରେ ତାସ୍, ବାଗୁଡ଼ି ଖେଳ ମଧ୍ୟ ହୋଇଥାଏ। ରଜପାଳନ ପାଇଁ କେତେକ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି ।

Advertisment
Bhubaneswar Raja Festival