Advertisment

‘କେରଳ ଷ୍ଟୋରୀ’ର ସ୍କ୍ରିନିଂ ବେଳେ ଗଣ୍ଡଗୋଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ

ଗଣ୍ଡଗୋଳବେଳେ ହଲ୍‌ ମ୍ୟାନେଜରଙ୍କୁ ଜଣେ କେହି ତାଙ୍କ ସଂପ୍ରଦାୟ ନାମରେ ଗାଳି କରିବା ଭିଡ଼ିଓ ସୋଶିଆଲ ମିଡିଆରେ ପୋଷ୍ଟ କରିବା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Rajesh patnaik

Rajesh patnaik

‘ଦ’ କେରଳ ଷ୍ଟୋରୀ’ ଫିଲ୍ମ ସ୍କ୍ରିନିଂ ସମୟରେ ଭୁବନେଶ୍ୱର ଏସ୍‌ପ୍ଲାନେଡ ମଲ୍‌ରେ ଗଣ୍ଡଗୋଳ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ରାଜେଶ ପଟ୍ଟନାୟକ। ଗିରଫ ପରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ଥିବା ଜଣାପଡ଼ିଛି। ହଲ୍‌ରେ ଘଟିଥିବା ଗଣ୍ଡଗୋଳ ସମୟରେ ହଲ୍‌ ମ୍ୟାନେଜରଙ୍କୁ ଜଣେ କେହି ତାଙ୍କ ସଂପ୍ରଦାୟ ନାମ ନେଇ ଗାଳି କରିବାର ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ କରିବା ମାମଲାରେ ପୁଲିସ ରାଜେଶଙ୍କୁ ଗିରଫ କରିଛି।

Advertisment

ସୂଚନା ମୁତାବକ, ରାଜେଶ ଗତ ୫ ତାରିଖରେ ‘ଦ’ କେରଳ ଷ୍ଟୋରୀ’ ଫିଲ୍ମ ଦେଖିବାକୁ ଭୁବନେଶ୍ୱର ଏସ୍‌ପ୍ଲାନେଡ ମଲ୍‌ ଯାଇଥିଲେ। ସେଠାରେ ସେ ନିଜର ସାଙ୍ଗ ସାଥୀଙ୍କ ସହ ବସି ଫିଲ୍ମ ଦେଖୁଥିଲେ। ହେଲେ ଫିଲ୍ମ ମଧ୍ୟାନ୍ତରରେ ଏୟାର କଣ୍ଡିସନର ବନ୍ଦ କରିବାକୁ ନେଇ ହଲ୍‌ ଭିତରେ ଗଣ୍ଡଗୋଳ ହୋଇଥିଲା। ରାଜେଶ ସମେତ ତାଙ୍କ କିଛି ସହଯୋଗୀ ଫିଲ୍ମ ଚାଲିବା ପୂର୍ବରୁ କାହିଁକି ଜାତୀୟ ସଙ୍ଗୀତ ପରିବେଷଣ କରାଗଲାନି ଓ କାହିଁକି ଏସି ଆଧାରୁ ବନ୍ଦ କରିଦିଆଗଲା ସେନେଇ ପାଟିତୁଣ୍ଡ କରିଥିଲେ। ଟଙ୍କା ଦେଇ ଲୋକମାନେ କାହିଁକି ହଇରାଣ ହେବେ କହି ହଲ୍‌ ମ୍ୟାନେଜରଙ୍କୁ ଘେରି ଯାଇଥିଲେ। ଯାହାଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା। ଏହି ଘଟଣା ସମୟର ଭିଡିଓକୁ ରାଜେଶ ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ।

ପରେ ହଲ୍ କର୍ତ୍ତୃପକ୍ଷ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ଛାନ୍‌ଭିନ ପରେ ପୁଲିସ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏନେଇ ପୁଲିସ କର୍ତ୍ତୃପକ୍ଷ କିମ୍ବା ରାଜେଶଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ତାଙ୍କୁ କୋର୍ଟ ଚାଲାଣ କରାଯାଇ ବିଭାଗୀୟ ହାଜତକୁ ପଠାଯାଇଛି।

Advertisment
Bhubaneswar