Advertisment

ପ୍ରଫୁଲ୍ଲଙ୍କ ମନ୍ତବ୍ୟକୁ ଅପରାଜିତାଙ୍କ ଟାର୍ଗେଟ, ପଚାରିଲେ- କ’ଣ ହୋଇଛି ମୁଖ୍ୟମନ୍ତ୍ରୀଙ୍କର, କାହିଁକି ସେ ଅକ୍ଷମ?

ମୁଖ୍ୟମନ୍ତ୍ରୀ ସବୁଆଡେ ଯାଇପାରୁ ନଥିବା ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଚିନ୍ତିତ ବୋଲି ଲେଖିଛନ୍ତି ଅପରାଜିତା।

author-image
Tapaswini Nayak
undefined

MP Aparajita Sarangi

5ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ବିରୋଧୀ ଟାର୍ଗେଟ ପରେ ଥମୁନି ରାଜନୀତି। ବର୍ତ୍ତମାନ ନବୀନ ବାବୁ ନିଜେ ସବୁଆଡ଼େ ଯାଇ ପାରୁ ନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ପଠାଉଥିବା ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିବା ପରେ ଏହାକୁ ନେଇ ଟ୍ୱିଟ କରି ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ମୁଖ୍ୟମନ୍ତ୍ରୀ ସବୁଆଡେ ଯାଇପାରୁ ନଥିବା ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଚିନ୍ତିତ ବୋଲି ଲେଖିଛନ୍ତି।

Advertisment

ଅପରାଜିତା  ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇ ନ ପାରିବା ଏହା ଏକ ଗୁରୁତର ଘଟଣା। କାହିଁକି ଏ ଅକ୍ଷମତା ? ଏହାର କାରଣ କଣ ? ଏ ସମ୍ପର୍କରେ ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ଅପରାଜିତା ଟ୍ୱିଟ୍ କରିଛନ୍ତି । ତେବେ ଏନେଇ ପ୍ରଫୁଲ୍ଲ ସାମଲ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

5ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ବିରୋଧୀ ଟାର୍ଗେଟ କରୁଥିବାକୁ ନେଇ ଗଣମାଧ୍ୟମ ପ୍ରତିନଧି ଗତକାଲି ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କୁ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ କରିଥିଲେ। ପ୍ରଫୁଲ୍ଲ କହିଥିଲେ, ନବୀନ ବାବୁ କ’ଣ କଲେ, ତାଙ୍କ ବ୍ୟକ୍ତିଗତ ସଚିବ କ’ଣ କଲେ ସେଗୁଡ଼ାକ ବିରୋଧୀ କହିବାର ଲାଗିଛନ୍ତି। ବର୍ତ୍ତମାନ ନବୀନ ବାବୁ ସବୁଆଡ଼େ ଯାଇ ପାରୁ ନଥିବାରୁ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି। ବନ୍ୟା ଓ ବାତ୍ୟା ହେଲେ ପ୍ରଧାନମନ୍ତ୍ରୀ ଆସୁଛନ୍ତି କି? ତାଙ୍କ ଟିମ୍‌ ଆସି ସମୀକ୍ଷା କରୁଛନ୍ତି। ବିରୋଧୀମାନେ ବିରୋଧ କରିବାକୁ ଏପରି କରୁଛନ୍ତି। ସେମାନଙ୍କ ପାଖରେ କୌଣସି ବିଷୟ ବସ୍ତୁ ନାହିଁ। ଏହି ଅଣ ବିଷୟ ବସ୍ତୁକୁ ନେଇ ତାହାରି ଉପରେ ଗୁରୁତ୍ୱ ଦେଉଛନ୍ତି। ଆଗରୁ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ତାଙ୍କ ସଚିବ ଯାଉନଥିଲେ କି?ମୁଖ୍ୟମନ୍ତ୍ରୀଙ୍କ ସଚିବ କ’ଣ ଏକା କୁଆଡ଼େ ଯାଉନଥିଲେ କି? ଏହା କ’ଣ ନୂଆ କଥା କି?

Advertisment

Bhubaneswar BjD State Bjp