Advertisment

ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି ବୃଦ୍ଧି, ଅଡିଟ୍ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଆସନ୍ତା ମେ’ ୧ ତାରିଖରୁ ଏହି ଅଡିଟ୍ ପ୍ରକ୍ରିୟା ଆରମ୍ଭ ହେବ।

ଅଦ୍ୟତନ ହୋଇଛି
Bijaya Kumar Panigrahi

Bijaya Kumar Panigrahi

Advertisment

ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ ସିଜରିଆନ ଡେଲିଭରି ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ। ଏବାବଦରେ ଅଡ଼ିଟ ପାଇଁ ସମସ୍ତ ସିଡ଼ିଏମଓକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କ୍ରାଇଟେରିଆକୁ ମାନି ଘରୋଇ ହସ୍ପିଟାଲ ଗୁଡିକ ସିଜରିଆନ ଡେଲିଭରି କରୁଛନ୍ତି ନା ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି ତାହାର ଅଡ଼ିଟ କରାଯିବ। ଆସନ୍ତା ମେ’ ୧ ତାରିଖରୁ ଏହି ଅଡିଟ୍ ପ୍ରକ୍ରିୟା ଆରମ୍ଭ ହେବ। କେଉଁ ଘରୋଇ ହସ୍ପିଟାଲ ସିଜରିଆନ ଡେଲିଭରି କରୁଛନ୍ତି, କାହିଁକି କରୁଛନ୍ତି, ସେ ନେଇ ଏଡ଼ିଏମଓ ଓ ସିଡ଼ିଏମଓଙ୍କୁ ରିପୋର୍ଟ ଦେବେ। ଅଡ଼ିଟ ପାଇଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଯେଉଁମାନେ ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି, ସେମାନଙ୍କ କଥା ବିଚାର କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

Advertisment

ରିପୋର୍ଟ ଅନୁଯାୟୀ ରାଜ୍ୟର ଘରୋଇ ହସ୍ପିଟାଲ ଗୁଡିକରେ ୭୦.୭ ପ୍ରତିଶତ ରହିଛି ସିଜରିଆନ ଡେଲିଭରି। ଏହି କ୍ରମରେ ଜାତୀୟ ହାର ରହିଛି ୪୭.୪ ପ୍ରତିଶତ। ୨୦୧୫-୧୬ ରେ ଓଡ଼ିଶାର ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି ପ୍ରତିଶତ ଥିଲା ୫୩.୭ ପ୍ରତିଶତ। ଗତ କିଛି ବର୍ଷ ହେବ ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ବଢୁଛି। ସରକାରୀ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ରହିଛି ୧୫.୬ ପ୍ରତିଶତ। ଜାତୀୟ ସ୍ତରରେ ଏହି ସଂଖ୍ୟା ରହିଛି ୧୫.୫ ପ୍ରତିଶତ।

ମୋଟାମୋଟି ସରକାରୀ ଓ ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ୨୧.୫ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ୨୧.୬ ପ୍ରତିଶତ ରହିଛି। ନିୟମ ଅନୁଯାୟୀ ୮୫ ରୁ ୯୦ ପ୍ରତିଶତ ନର୍ମାଲ ଡେଲିଭରି ହେବା କଥା। ମାତ୍ର ଏହା ଓଡ଼ିଶାରେ ଦେଖିବାକୁ ମିଳିନି। ଯେଉଁଥିରୁ ସରକାରୀ ଦାୟିତ୍ୱହୀନତା ଜଳଜଳ ଦିଶୁଛି। ସରକାରୀ ହସ୍ପିଟାଲରେ ୨ ବର୍ଷ ତଳୁ ଏନେଇ ଅଡିଟ୍ ଚାଲି ଆସୁଥିବା ବେଳେ ଏବେ ବେସରକାରୀ ହସ୍ପିଟାଲଗୁଡ଼ିକରେ ଏଭଳି ଅଡିଟ୍‌ ହେବ। ବେସରକାରୀ ହସ୍ପିଟାଲରେ ସିଜରିଆନ ଡେଲିଭରି ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି।

Advertisment

ସେପଟେ ବିଏସ୍‌କେୱାଇ କାର୍ଡରେ ମିଳୁଥିବା ଅଧିକ ଆର୍ଥିକ ସୁବିଧାକୁ ଘରୋଇ ହସ୍ପିଟାଲମାନେ ହାତେଇବା ପାଇଁ ଅଧିକ ସିଜରିଆନ ଡେଲିଭରି କରୁଥିବା ଅନୁମାନ କରାଯାଉଛି। କାରଣ ନର୍ମାଲ ଡେଲିଭରୀରେ ଏହି କାର୍ଡରେ କମ୍‌ ଆର୍ଥିକ ସୁବିଧା ମିଳୁଛି।

Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe