ଦୋଷ ମୁଣ୍ଡାଇ ବହିଷ୍କୃତ ହେଲେ ରୋହିତ: ଷଡ଼ଯନ୍ତ୍ର ନା କଲାକର୍ମର ଫଳ?

ମାତ୍ର ୧୨ମାସ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଆଜି ଅପ୍ରତ୍ୟାଶିତ ଢଙ୍ଗରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ କରାଯାଇଛି ।

Higher Education Department former minister and secretary PhotoOR

ଉଚ୍ଚଶିକ୍ଷା ବିଭାଗରୁ ହଟିଥିବା ସଚିବ ଓ ମନ୍ତ୍ରୀ

Ordigital Desk
  • Published: Friday, 09 June 2023
  • Updated: 09 June 2023, 08:28 PM IST

Sports

Latest News

ମାତ୍ର ୧୨ମାସ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଆଜି ଅପ୍ରତ୍ୟାଶିତ ଢଙ୍ଗରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ କରାଯାଇଛି । ମନ୍ତ୍ରୀ ଭାବେ ଶ୍ରୀପୂଜାରୀଙ୍କ କାର୍ଯ୍ୟଦକ୍ଷତା ଓ ପ୍ରଦର୍ଶନ ସବୁଠୁ ନିକୃଷ୍ଟ ଥିବାରୁ ତାଙ୍କୁ ବହିଷ୍କାର କରାଗଲା ବୋଲି ଏକ ସନ୍ଦେଶକୁ ସୁଚିନ୍ତିତ ଯୋଜନାବଦ୍ଧ ଭାବେ ଗଣମାଧ୍ୟମକୁ ଦିଆଗଲା । ଆଉ ସେହି ଆଧାରରେ ରାଜ୍ୟର ଗଣମାଧ୍ୟମଗୁଡ଼ିକ ବି ଶ୍ରୀ ପୂଜାରୀ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ନେଇ ରିପୋର୍ଟ ପ୍ରକାଶ କଲେ । ତେବେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ଅଭିଯୁକ୍ତ ଥିବା ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାର ସୁଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ରୋହିତଙ୍କୁ ଅପମାନ ଦେଇ ବହିଷ୍କାର କରିବା ପଛରେ କିଛି ରାଜନୀତିକ ଷଡ଼ଯନ୍ତ୍ର ରହିଛି ନା ରୋହିତଙ୍କ କଲାକର୍ମର ଫଳ ଯୋଗୁଁ ଏଭଳି ନିଷ୍ପତ୍ତି ନେଲେ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ଯେଉଁ ଅଜଣା ସୂତ୍ର ମାଧ୍ୟମରେ ଗଣମାଧ୍ୟମକୁ ଏକ ନିର୍ଦ୍ଦିଷ୍ଟ କାରଣ ଦିଆଯାଇଥିଲା ତାକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ରୋହିତ ରୋକଠୋକ୍ ଖାରଜ କରିଛନ୍ତି । ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପ୍ରସଙ୍ଗରେ ରୋହିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ବିଭାଗର ମନ୍ତ୍ରୀ ଭାବେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି । ବୋଧହୁଏ ମୁଖ୍ୟମନ୍ତ୍ରୀ ତାଙ୍କଠୁ ଅଧିକ କିଛି ଆଶା କରୁଥିଲେ । ଆଗକୁ  ଆହୁରି ଶିଖିବି, ଯାହା ଦାୟିତ୍ୱ ଦେବେ ତାକୁ କରିବି । ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ନେଇ ଦୁଃଖିତ ନୁହେଁ  ବୋଲି ରୋହିତ କହିଛନ୍ତି ।

Also Read

ରୋହିତଙ୍କୁ ବହିଷ୍କାର କରିବା ପଛରେ କ’ଣ କାରଣ ରହିଛି ସେ ନେଇ ଏପର୍ଯ୍ୟନ୍ତ ସରକାରୀ ଭାବେ କିଛି କୁହାଯାଇନଥିଲେ ବି ଯେଉଁ ପରିଚିତ ସୂତ୍ର ସହାୟତାରେ ଗଣମାଧ୍ୟମରେ ରୋହିତଙ୍କ ଦକ୍ଷତା ଓ ପ୍ରଦର୍ଶନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି, ତାକୁ ନିଜେ ରୋହିତ ଆଗକୁ ଆସି ଖାରଜ କରିଛନ୍ତି । ଆଉ ଗଣମାଧ୍ୟମରେ ତାଙ୍କର ଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ପାଇଁ ଯେଉଁ ପ୍ରୟାସ ଚାଲିଥିଲା ତାକୁ ମଧ୍ୟ ନିଜ ପ୍ରତିକ୍ରିୟା ମାଧ୍ୟମରେ ମୁହଁତୋଡ଼ ଜବାବ ଦେଇଛନ୍ତି । ମେ’ ୨୨ରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣବେଳେ ରୋହିତଙ୍କୁ କ୍ଲିନଚିଟ୍ ଦେଇ ମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବାର ସୁଯୋଗ ଦେଇଥିବା ନବୀନ ମେ’ ୨୫ରେ ରୋହିତଙ୍କ ବିଭାଗର ସମୀକ୍ଷା କଲେ । ଆଉ ବିଭାଗର କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ଅଛନ୍ତି ବୋଲି ନିଜେ ରୋହିତ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ମଧ୍ୟ ସେତେବେଳେ କେହି ଏହି ବୟାନକୁ ଖାରଜ କରିନଥିଲେ ।

ତେବେ ପ୍ରଶ୍ନ ଉଠୁଛି, ରୋହିତଙ୍କୁ ଇସ୍ତଫା ଦେବାକୁ କହି ସମ୍ମାନଜନକ ଭାବେ ମନ୍ତ୍ରିମଣ୍ଡଳରୁ ବିଦା କରିବାରେ ଅସୁବିଧା ଥିଲା କେଉଁଠି?  କାହିଁକି ରୋହିତଙ୍କୁ ନିଜଆଡ଼ୁ ଇସ୍ତଫା ଦେବା ପାଇଁ ସୁଯୋଗ ଦିଆଗଲାନି? ରୋହିତଙ୍କୁ ଅପବାଦ ମୁଣ୍ଡାଇ ବିତାଡ଼ିତ କରାଯିବା ପଛରେ କ’ଣ ରହିଛି ରହସ୍ୟ? ମନ୍ତ୍ରୀ ଭାବେ ରୋହିତଙ୍କର କ’ଣ ଭୁଲ୍ ରହିଲା? ରୋହିତଙ୍କ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପଛରେ କ’ଣ ରହିଛି ରହସ୍ୟ? ମନ୍ତ୍ରିମଣ୍ଡଳର ଗାରିମା ରକ୍ଷା ନକରି ଅପରିପକ୍ୱ ଢଙ୍ଗରେ ମାତ୍ର ମାସକ ମଧ୍ୟରେ ତୃତୀୟଥର ପାଇଁ ମନ୍ତ୍ରିମଣ୍ଡଳ କସରତ୍ କାହିଁକି ନବୀନ କଲେ? ରୋହିତଙ୍କୁ ବିଦା କରିବାର ୨ଦିନ ପୂର୍ବରୁ ତାଙ୍କର ଅଜାଣତରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପ୍ରତ୍ୟାହାର କରିନିଆଗଲା କାହିଁକି? ସତରେ କ’ଣ ଉଚ୍ଚଶିକ୍ଷା ବିଭାଗରେ ବଡ଼ଧରଣର କେଳେଙ୍କାରୀ ହୋଇଛି?

ଏଭଳି ଅନେକ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଛି ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗରେ ବିଭିନ୍ନ ପ୍ରକାରର କେଳେଙ୍କାରୀରେ ଉଭୟ ମନ୍ତ୍ରୀ ରୋହିତ ପୂଜାରୀ ଓ ସଚିବ ବିଷ୍ଣୁପଦ ସେଠୀଙ୍କ ସମ୍ପୃକ୍ତି ଥିବାର ଅଭିଯୋଗକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଶେଷକରି ବିଭିନ୍ନ କଲେଜରେ ସେଲଫ ଫାଇନାନ୍ସିଂ କୋର୍ସ ଖୋଲିବାକୁ ଅନୁମତି ଦେବା, ବିଭିନ୍ନ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି, ରାଜ୍ୟ ସିଲେକ୍ସନ ବୋର୍ଡ ଦ୍ୱାରା ଚୟନ ହେଉଥିବା ନୂଆ ଅଧ୍ୟାପକଙ୍କୁ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତି ଦେବା ଏବଂ ଅଧ୍ୟାପକମାନଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ଆଦିରେ ବଡ଼ଧରଣର କିକ୍ ବ୍ୟାକ୍ ହେଉଥିଲା । ଯାହାର ପୁଳାପୁଳା ଅଭିଯୋଗ ବିଭିନ୍ନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚୁଥିଲା । ଏଥିରେ ଉଭୟ ମନ୍ତ୍ରୀ ଓ ସଚିବ ମୋଟା ଅଙ୍କର ଅର୍ଥ ନେଇ ନିଜ ନିଜ ପକେଟ୍ ଗରମ କରୁଥିବାର ଅଭିଯୋଗ ହେଉଥିଲା । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ନିର୍ଦ୍ଦେଶରେ ଗତ ୨ଦିନ ତଳେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ସୁଧାକର ନାଏକ ଓ ଓଏସଡି ପିକେ ରାଉଳଙ୍କୁ ପ୍ରତ୍ୟାହାର କରିନିଆଯାଇଥିଲା । ଆଉ ଆଜି ଉଚ୍ଚଶିକ୍ଷା ବିଭାଗର ଏହି ସମସ୍ତ କେଳେଙ୍କାରୀରେ ସମ୍ପୃକ୍ତି ଥିବା ଯୋଗୁ ଉଭୟ ମନ୍ତ୍ରୀ ଓ ସଚିବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story