Advertisment

ରେଲୱେ ଟ୍ରାକର ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦିଅ: ରେଲୱେ ବୋର୍ଡ

ରେଲୱେ ଧାରଣା ରକ୍ଷଣାବେକ୍ଷଣ ଓ ସୁରକ୍ଷାର ସବୁ ଦାୟିତ୍ୱ DRMଙ୍କର। ତେଣୁ ଏନେଇ DRM ମାନେ ଉତ୍ତରଦାୟୀ ରହିବେ ବୋଲି ଚିଠିରେ ଲେଖିଛନ୍ତି ରେଲୱେ ବୋର୍ଡ ଭିତ୍ତିଭୂମି ସଦସ୍ୟ ରୂପନାରାୟଣ ସୁନକର ।

Rail Track

Rail Track

Advertisment

ରେଲୱେ ଟ୍ରାକର ସୁରକ୍ଷା ତଥା ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଅ। ଏନେଇ ଭାରତୀୟ ରେଲୱେର ସବୁ ଜେନେରାଲ ମ୍ୟାନେଜରଙ୍କୁ ରେଲୱେ ବୋର୍ଡର ଭିତ୍ତିଭୂମି ସଦସ୍ୟ ରୂପନାରାୟଣ ସୁନକର ଚିଠି ଲେଖିଛନ୍ତି।

Advertisment

ସେ ଲେଖିଥିବା ୨୧ ପଏଣ୍ଟ ସମ୍ବଳିତ ଚିଠିରେ ରେଳ ଧାରଣାର ରକ୍ଷଣାବେକ୍ଷଣ ଓ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ଜେନେରାଲ ମ୍ୟାନେଜରଙ୍କୁ ଅବଗତ କରିଛନ୍ତି।ରେଳ ଲାଇନରେ ଯେଉଁଠି ରକ୍ଷଣାବେକ୍ଷଣ କାମ ଚାଲିଛି କିମ୍ବା ପଡ଼ିରହିଛି ତା’ ଉପରେ ଦୈନିକ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁଠି ଅସୁବିଧା ରହିଛି ତାହା ଚିହ୍ନଟ ସହ ଏହାର କେମିତି ସମାଧାନ ହୋଇପାରିବ ସେନେଇ ଫିଲ୍ଡ ଷ୍ଟାଫଙ୍କୁ ସହଯୋଗ କରିବାକୁ ଼ଚିଠିରେ ଉଲ୍ଲେଖ କରାଯାଇଛି। 

ଏହାସହ ଯେଉଁ କର୍ମଚାରୀ ମାନେ ରେଳ ଲାଇନ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତି ସେମାନେ କେବଳ ଏହି କାମ ଉପରେ ଫୋକସ କରିବେ। ଅଧିକାରୀ ମାନେ ଏହାର ଯାଞ୍ଚ କରିବାକୁ  ଚିଠିରେ କୁହାଯାଇଛି। 

Advertisment

ଯେଉଁ ସ୍ଥାନରେ ରକ୍ଷଣାବେକ୍ଷଣ କାମ ଚାଲିଛି ସେଠାରେ ସମ୍ବଳ ପହଞ୍ଚାଇବା ପାଇଁ DRM ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରେଲୱେ ଟ୍ରାକରେ ରକ୍ଷଣାବେକ୍ଷଣ କାମ ବେଳେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ବରିଷ୍ଠ ଅଧିକାରୀ ମାନେ କାମ ହେଉଥିବା ସ୍ଥଳ ପରିଦର୍ଶନ ସହ କର୍ମଚାରୀଙ୍କୁ ପରାମର୍ଶ ଦେବେ। ମୌସୁମୀ ଆସୁଥିବାରୁ ଏହାକୁ ନଜରରେ ରଖି ବ୍ୟବସ୍ଥା କରିବାକୁ ଚିଠିରେ କୁହାଯାଇଛି। ଟ୍ରାକ ପାଖରେ ଥିବା ଗଛ, ପାଣି ଜମୁଥିବା ସ୍ଥାନ ଓ ବିପଦପୂର୍ଣ୍ଣ ସ୍ଥାନ ଉପରେ ଧ୍ୟାନ ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ରେଲୱେ ପାଇଁ ଗଚ୍ଛିତ ସାମଗ୍ରୀ ଟ୍ରାକ ଠାରୁ ଯେମିତି ସୁରକ୍ଷିତ ଦୂରରେ ରହିବ ତାହା ନିଶ୍ଚିତ କରିବେ DRM । ଯଦି ରକ୍ଷଣାବେକ୍ଷଣ କାମ ପାଇଁ କର୍ମଚାରୀ ଅଭାବ ହୁଅନ୍ତି ତେବେ ବାହାରୁ କର୍ମଚାରୀ ଆଣିବାକୁ କୁହାଯାଇଛି। ରେଲୱେ ଧାରଣା ରକ୍ଷଣାବେକ୍ଷଣ ଓ ସୁରକ୍ଷାର ସବୁ ଦାୟିତ୍ୱ DRMଙ୍କର । ତେଣୁ ଏନେଇ DRM ମାନେ ଉତ୍ତରଦାୟୀ ରହିବେ ବୋଲି ଚିଠିରେ ଲେଖିଛନ୍ତି ରେଲୱେ ବୋର୍ଡ ଭିତ୍ତିଭୂମି ସଦସ୍ୟ ରୂପନାରାୟଣ ସୁନକର ।

Train Accident Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe